Covid-19 Odisha Updates: ଆଜି ୧୯ ଜିଲ୍ଲାରୁ ୮୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

covid19 new

ଭୁବନେଶ୍ଵର: ରାଜ୍ୟରୁ ଆଜି ୧୯ଜିଲ୍ଲାରୁ ୮୭ଜଣ କରୋନା (Corona) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୋଳ ଜିଲ୍ଲାରୁ ୪ଜଣ, ବାଲେଶ୍ଵରରୁ ୭ଜଣ, ବରଗଡ଼ରୁ୪ ଜଣ,ବଲାଙ୍ଗୀରି ଜିଲ୍ଲାରୁ ୩ଜଣ, କଟକରୁ ୭ଜଣ, ଦେଓଗଡରୁ ୨ଜଣ, ଯାଜପୁରରୁ ୬ଜଣ, ଝାରସୁଗୁଡାରୁ ୭ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ, ମୟୁରଭଞ୍ଜରୁ ୫ଜଣ, ନବରଙ୍ଗପୁରରୁ ଜଣେ, ପୁରୀରୁ ୬ଜଣ, ରାୟଗଡାରୁ ୩ଜଣ, ସମ୍ବଲପୁରରୁ ୯ଜଣ, ସୁନ୍ଦରଗଡରୁ ୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୩ ଲକ୍ଷ ୨୧ ହଜାର ୬୪୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୭ ହଜାର ୧୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୬ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୪ ହଜାର ୫୧୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid-19 Vaccine Price: କରୋନା ଟିକାର ଦାମ ୨୫୦ ଟଙ୍କା, ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

Share this: