Covid-19 Vaccine Price: କରୋନା ଟିକାର ଦାମ ୨୫୦ ଟଙ୍କା, ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

Share this:

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ଟିକା (Covid-19 Vaccine) ର ଏକ ଡୋଜର ମୂଲ୍ୟ ୨୫୦  ଟଙ୍କା ଧାର୍ଯ୍ୟ କରିଛନ୍ତି, ଯାହା ଘରୋଇ ଡାକ୍ତରଖାନାରେ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ଗୁରୁତର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ। ଶନିବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂଚନାନୁସାରେ, ଟୀକାକରଣ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ତେବେ ଏ ବାବଦରେ ସରକାରୀ ଘୋଷଣା ଉପରେ ମୂଲ୍ୟ ପରିବର୍ତ୍ତନ ସମ୍ଭବ। ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଟୀକାକରଣର ଗୋଟିଏ ଡୋଜ ପାଇଁ ଖର୍ଚ୍ଚ ୧୫୦ ଟଙ୍କା ଏବଂ ୧୦୦ ଟଙ୍କା ସେବା ଚାର୍ଜ ଭାବରେ ଯୋଡାଯିବ ବୋଲି କୁହାଯାଉଛି। ଘରୋଇ ଡାକ୍ତରଖାନାଗୁଡ଼ିକ ହିତାଧିକାରୀଙ୍କଠାରୁ ଏହି ମୂଲ୍ୟ ନେବେ। ଏଥି ସହିତ ବେସରକାରୀ ଡାକ୍ତରଖାନା ଏବଂ କ୍ଲିନିକଗୁଡିକ ସେମାନଙ୍କ ନିକଟସ୍ଥ ସରକାରୀ ଡାକ୍ତରଖାନାରୁ ଡୋଜ ପାଇପାରିବେ।

ସେହିପରି ଭୁବନେଶ୍ଵରରେ ତୃତୀୟ ପର୍ଯ୍ୟାୟ କୋଭିଡ୍‍ ପ୍ରତିଷେଧକ (Corona Virus Vaccine) ଟିକାକରଣ ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ ବିଏମ୍‍ସି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତଙ୍କୁ ଏହି ଟିକା ଦିଆଯିବ ବୋଲି ବିଏମ୍‍ସି କମିଶନର୍‍ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ୨୨ଟି ହସ୍ପିଟାଲ୍‍ରେ ଟିକାକରଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେଥିମଧ୍ୟରେ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲ୍‍ ରହିଛି।

ସରକାରୀ ହସ୍ପିଟାଲ୍‍ରେ ଟିକା ସମ୍ପୂର୍ଣ୍ଣ ମାଗଣାରେ ମିଳୁଥିବାବେଳେ ଘରୋଇ ହସ୍ପିଟାଲରେ ଟିକା ପାଇଁ ସେବା ବାବଦରେ ୨୫୦ ଟଙ୍କା ଦେବାକୁ ପଡ଼ିବ। ଘରୋଇ ହସ୍ପିଟାଲରେ ଟିକା ନେବାକୁ ଚାହୁଁଥିବା ବ୍ୟକ୍ତି Co-Win 2 ରେ ନାମ ପଞ୍ଜୀକରଣ କରିପାରିବେ।

Also Read | Covid-19 Odisha Updates: ଆଜି ୨୧ ଜିଲ୍ଲାରୁ ୮୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

[amazon_auto_links id=”9932″]

Share this: