Corona Virus India Live: ପୁରୁଣା ଗତିରେ ପୁଣି କରୋନା, ଲଗାତାର ୪ ଦିନ ପାଇଁ ୧୬ ହଜାରରୁ ଅଧିକ ନୂଆ ମାମଲା

Share this:

ନୂଆଦିଲ୍ଲୀ: ଦେଶରେ କରୋନା (Corona Virus) ର ଗତି ଗତ କିଛିଦିନ ଧରି ମାମଲା ହ୍ରାସ ପାଇଥିଲା, କିନ୍ତୁ ଗତ ଚାରି ଦିନ ଧରି ୧୬ହଜାରରୁ ଉର୍ଦ୍ଧ ମାମଲା ଆସୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୬ ହଜାର ୭୫୨ ନୂତନ କୋଭିଡ଼-୧୯ ମାମଲା ପଞ୍ଜୀକୃତ ହୋଇଛି। ସେହିପରି ୧୧ ହାଜର ୭୧୮ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ ସମୁଦାୟ କରୋନା ମାମଲା ସଂଖ୍ୟା ୧କୋଟି ୧୦ଲକ୍ଷ ୯୬ହଜାର ୭୩୧ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ  ୧ କୋଟି ୭ଲକ୍ଷ ୭୫ ହଜାର ୧୬୯ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏଥିସହିତ ୧ଲକ୍ଷ ୬୪ହଜାର ୫୧୧ ମାମଲା ସକ୍ରିୟ ଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୭ ହଜାର ୫୧ କୁ ବୃଦ୍ଧି ପାଇଛି। ସେହିପରି ଟୀକାକରଣ ଅଭିଯାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ଏବଂ ୧ କୋଟି ୪୩ ଲକ୍ଷ ୧ ହଜାର ୨୬୬ ଲୋକଙ୍କୁ ଟୀକାକରଣ କରାଯାଇଛି।

ଦେଶରେ ପୁନରୁଦ୍ଧାର ହାର ୯୭.୨୧କୁ ଖସି ଆସିଛି ଏବଂ ସକ୍ରିୟ ମାମଲା ୧.୩୭ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୪୨ପ୍ରତିଶତ ରହିଛି। ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନା ଗୁରୁତର ହେବାରେ ଲାଗିଛି।  

[amazon_auto_links id=”10233″]

Also Read | Digital Media Guidelines: Content ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କୌଣସି ନୂଆ ବ୍ୟବସ୍ଥା କରାଯାଇ ନାହିଁ

Share this: