Corona Odisha: ଆଜି ରାଜ୍ୟରୁ ୬ ହଜାର ୧୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର:ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ୬ ହଜାର ୧୧୬ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୫୪୬  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୫୭୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୮୭୫ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୫୧ଜଣ, ବାଲେଶ୍ଵରରୁ ୧୦୨ଜଣ, ବରଗଡ଼ରୁ ୨୬୨ଜଣ, ଭଦ୍ରକରୁ ୮୭ଜଣ, ବଲାଙ୍ଗୀରିରୁ ୧୮୯ଜଣ, ବୌଦ୍ଧରୁ ୩୨ଜଣ, କଟକରୁ ୩୪୩ଜଣ, ଦେଓଗଡ଼ରୁ ୩୯ଜଣ, ଢେଙ୍କାନାଳରୁ ୮ଜଣ, ଗଜପତିରୁ ୭୮ଜଣ, ଗଞ୍ଜାମରୁ ୧୩୪ଜଣ, ଜଗତସିଂପୁରରୁ ୭୩ଜଣ, ଯାଜପୁରରୁ ୩୨୪ଜଣ, ଝାରସୁଗୁଡାରୁ ୨୫୪ଜଣ, କଳାହାଣ୍ଡିରୁ ୩୨୧ଜଣ, କନ୍ଧମାଳରୁ ୩୬ଜଣ, କେଉଁଝରରୁ ୧୧୮ଜଣ, କୋରାପୁଟରୁ ୭୧ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, ମୟୁରଭଞ୍ଜରୁ ୧୫୮ଜଣ, ମାଲକାନଗିରିରୁ ୩୨ଜଣ, ନବରଙ୍ଗପୁରରୁ ୩୧୮ଜଣ, ନୟାଗଡ଼ରୁ ୯୯ଜଣ,ନୂଆପଡ଼ାରୁ ୪୩୦ଜଣ, ପୁରୀରୁ ୧୮୦ଜଣ, ରାୟଗଡାରୁ ୧୦୪ଜଣ, ସମ୍ବଲପୁରରୁ ୨୮୦ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡ଼ରୁ ୭୮୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୭୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୮ ଲକ୍ଷ ୭୮ହଜାର ୨୫୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ୪ ଲକ୍ଷ ୭ହଜାର ୪୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୬୪୬ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୫୯ ହଜାର ୪୬୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ହଜାର ୯୪୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Weekend Shutdown: ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡାଉନ୍‍ ଜାରି, ଅମାନିଆଙ୍କଠାରୁ ଜରିମାନା ଅର୍ଥ ଆଦାୟ

Share this: