Covid-19 Angul: ଅନୁଗୁଳ ଜିଲ୍ଲାରେ ଚିନ୍ତାଜନକ ସ୍ଥିତିରେ କରୋନା, ରେକର୍ଡ ସଂଖ୍ୟକ ୧୮୮ ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ କରୋନା (Corona Virus) ର ଗତି ତୀବ୍ର ହେବାରେ ଲାଗିଛି। ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଅନୁଗୁଳ ଜିଲ୍ଲାରେ ୧୮୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୩ ହଜାର ୯୧୮ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ୱାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ ଅଂଚଳରୁ ୩୧ଜଣ, ବଅଁରପାଳ ବ୍ଳକ୍‌ ଅଂଚଳରୁ ୩୦ଜଣ, ଅନୁଗୁଳ ପୌରାଞ୍ଚଳରୁ ୨୮ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୨୮ଜଣ, ତାଳଚେର ପୌରାଞ୍ଚଳରୁ ୨୨ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୧୭ଜଣ, ଅନୁଗୁଳ ବ୍ଳକ୍‌ ଅଂଚଳରୁ ୧୪ଜଣ, କିଶୋରନଗର ବ୍ଳକ୍ ଅଂଚଳରୁ ୯ଜଣ, ପାଳଲହଡା ବ୍ଲକ ରୁ ୬ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩ଜଣ ଅଛନ୍ତି।

mobile

ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୯ ଜଣ ଆଦର୍ଶ କୋଭିଡ଼ କେୟାର ସେଣ୍ଟରରେ ଓ ୨୭ ଜଣ ହୋମ Isolation ରେ ଥିବାର ଜଣାପଡିଛି। 

Also Read |Weekend Shutdown: ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡାଉନ୍‍ ଜାରି, ଅମାନିଆଙ୍କଠାରୁ ଜରିମାନା ଅର୍ଥ ଆଦାୟ

Share this: