Mann Ki Baat:ଦେଶରେ ମାଗଣା କରୋନା ଟିକାକରଣ ଜାରି ରହିବ:ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) କହିଛନ୍ତି କରୋନା (Covid-19) ର ଦ୍ୱିତୀୟ ଲହର (Second Wave) ସମଗ୍ର ଦେଶକୁ ଦୋହଲାଇ ଦେଇଛି। ତେବେ ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ। ଦ୍ୱିତୀୟ ଲହରର ଲଢ଼େଇ ଜାରି ରହିଛି। ଦେଶରେ ମାଗଣା ଟିକାକରଣ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମନ୍‍ କି ବାତ୍‍ (Mann Ki Baat) କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ ଭାବବିନିମୟ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। କରୋନା ମହାମାରୀ ସମୟରେ ବର୍ତ୍ତମାନ ସମସ୍ତେ ଟିକାର ଗୁରୁତ୍ୱ ଉପଲବ୍ଧ କଲେଣି। ଟିକା ସଂକ୍ରାନ୍ତୀୟ କୌଣସି ଗୁଜବକୁ ବିଶ୍ୱାସ ନକରିବା ପାଇଁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟଗୁଡ଼ିକୁ ପଠାଯାଇଥିବା ମାଗଣା କୋଭିଡ୍‍ ଟିକା ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକମାନେ ସମସ୍ତେ ଶୀଘ୍ର ନେବା ଉଚିତ୍‍ ବୋଲି ସେ କହିଛନ୍ତି। ମେ ପହିଲାରୁ ୧୮ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ କୋଭିଡ୍‍ ଟିକା ଦିଆଯିବ। ବର୍ତ୍ତମାନ କମ୍ପାନୀ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ନିଜନିଜର କର୍ମଚାରୀ ମାନଙ୍କୁ ମଧ୍ୟ ଟିକା ଦିଆଯାଇ ପାରିବ।

Mega-Summer-Appliances-Carnival---hero_V1_1500x600v2._CB670290629_

ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ। ଅଧିକ ସଂଖ୍ୟାରେ ଲୋକମାନଙ୍କୁ ମାଗଣା ଟିକା ଦେବା ପାଇଁ ସେ ରାଜ୍ୟମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଟିକା ନେଇ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିରାପଦରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ‘ଦବାଇ ଭି, କଡାଇ ଭି’ ମନ୍ତ୍ରକୁ କେହି ଭୁଲିଯିବା ଉଚିତ୍‍ ନୁହେଁ। ଆମ୍ଭେମାନେ ଖୁବ୍‍ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ସେହିପରି ରାଜ୍ୟ ସରକାରମାନଙ୍କର ସବୁ ଉଦ୍ୟମ ପ୍ରତି ଭାରତ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ନିଜନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇବା ପାଇଁ ରାଜ୍ୟ ସରକାରମାନେ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ମାକ୍ସ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବଗୁଡ଼ିକରେ ଯୋଗ ନଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। କରୋନାର ମୁକାବିଲା ପାଇଁ ସକାରାତ୍ମକ ମନୋଭାବର ଆବଶ୍ୟକତା ରହିଛି। ତେଣୁ ସମସ୍ତେ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ। ଭଗବାନ ମହାବୀର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Also Read | Panchayat Shutdown: ରାଜ୍ୟରେ ପୁଣି କେତେକ ପଞ୍ଚାୟତକୁ ସଟଡାଉନ କଲେ ସମ୍ପୃକ୍ତ ସରପଞ୍ଚ

Share this: