Covid19 India: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୯ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତଚିହ୍ନଟ, ୧୪ କୋଟି ୯ ଲକ୍ଷରୁ ଅଧିକ ଟିକାକରଣ

Share this:

ନୂଆଦିଲ୍ଲୀ: ଭାରତ (India) ରେ କରୋନା (Corona Virus Pandemic) ବିପର୍ଯ୍ୟୟ କେତେ ପରିମାଣରେ ଘଟିଛି ତାହା ଆକଳନ କରାଯାଇପାରିବ ଯେ ଦେଶରେ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଦୃଷ୍ଟିରୁ ସମଗ୍ର ବିଶ୍ୱ ରେକର୍ଡ ଭାଙ୍ଗିଛି। କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩ ଲକ୍ଷ ୪୯ ହଜାର ୬୯୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୧୭ ହଜାର ୧୧୩ ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର ହ୍ରାସ ପାଇ ୮୩ ପ୍ରତିଶତରୁ ଅଧିକରେ ପହଞ୍ଚିଛି। ଗୋଟିଏ ଦିନ ମଧ୍ୟରେ ଆଉ ୨ ହଜାର ୭୬୭ ଜଣ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଚାଲିଥିବା ବିଶ୍ୱର ସର୍ବବୃହତ୍‍ କରୋନା ପ୍ରତିଷେଧକ ଟିକାକରଣ (Corona Vaccination) ଅଭିଯାନ ଆଜି ୧୦୦ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଭାରତ ୧୪ କୋଟିରୁ ଅଧିକ ଲୋକଙ୍କୁ ଟିକାଦାନ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଜି ସକାଳ ୭ଟା ସୁଦ୍ଧା ମୋଟ ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଜଣଙ୍କୁ ଟିକାଦାନ କରାଯାଇଛି। ୯୯ ଦିନ ମଧ୍ୟରେ ୧୪ କୋଟିରୁ ଅଧିକ ଲୋକଙ୍କୁ ଟିକାଦାନ କରି ଭାରତ ବିଶ୍ୱର ଦ୍ରୁତତମ ଟିକାପ୍ରଦାନକାରୀ ଦେଶ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଛି। ଯେଉଁଥିରେ ୯୨ ଲକ୍ଷ ୮୯ ହଜାରରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ପ୍ରଥମ ଡୋଜ୍‍ ଏବଂ ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି।

amazon-adv

ସେହିପରି ୧ କୋଟି ୧୯ ଲକ୍ଷରୁ ଅଧିକ ଆଗଧାଡିର କରୋନା ଯୋଦ୍ଧା ପ୍ରଥମ ଡୋଜ୍‍ ଏବଂ ୬୨ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି । ସେହି ରି ୬୦ ବର୍ଷ ବୟସରୁ ଅଧିକ ୪ କୋଟି ୯୬ ଲକ୍ଷ ୫୫ ହଜାରରୁ ଅଧିକ ନାଗରିକ ପ୍ରଥମ ଡୋଜ୍‍ ଏବଂ ୭୭ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। ୪୫ ବର୍ଷ ବୟସରୁ ଅଧିକ ୪ କୋଟି ୭୬ ଲକ୍ଷ ୮୩ ହଜାରରୁ ଊର୍ଦ୍ଧ୍ୱ ନାଗରିକ ପ୍ରଥମ ଡୋଜ୍‍ ଏବଂ ୨୩ ଲକ୍ଷ ୩୦ ହଜାରରୁ ଅଧିକ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। କେବଳ ଗତକାଲି ଟିକାକରଣ ଅଭିଯାନର ୯୯ ତମ ଦିବସରେ ୨୫ ଲକ୍ଷ ୩୬ ହଜାରରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇଛି।

[amazon_auto_links id=”10233″]

Also Read | Corona Vaccine Price: ଟୀକା ମୂଲ୍ୟ ନିର୍ଣ୍ଣୟ; କୋଭିଶିଲ୍ଡ ଟୀକା ପାଇବେ ୪୦୦ ଟଙ୍କାରେ ରାଜ୍ୟ, ୬୦୦ ଟଙ୍କାରେ ଘରୋଇ ଡାକ୍ତରଖାନା

Share this: