Edible Oil Price: ଖାଇବା ତେଲର କୃତ୍ରିମ ଅଭାବ ଓ କଳାବଜାରି ରୋକିବା ପାଇଁ ଅଧିକାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Ranendra-Pratap-Swain
Share this:

ଭୂବନେଶ୍ଵର: Edible Oil Price in Odisha ସାମ୍ପ୍ରତିକ ଋଷିଆ ଓ ୟୁକ୍ରେନ୍‍ ଯୁଦ୍ଧ ପରିସ୍ଥିତିରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Pratap Swain) ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‍ ରେ ଲେଖିଛନ୍ତି, ଖାଇବା ତେଲର କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି। ଆଗାମୀ ଦିନରେ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହିଭଳି ସ୍ଥିତିରେ ଦେଶରେ ଖାଇବା ତେଲ ବିଶେଷ ଭାବେ ସୂର୍ଯ୍ୟମୂଖୀ ତେଲର ଦର ବଢ଼ିପାରେ। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ତେଣୁ କୁତ୍ରିମ ସଙ୍କଟ ଓ ତେଲର କଳାବଜାରି ରୋକିବା ସହ ଖାଇବା ତେଲର ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Read Also | New advisory for Indian in Ukraine: ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି

Share this:

Leave a Reply

Your email address will not be published. Required fields are marked *