New Omicron In Odisha: ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ ପୁଣିଥରେ ଦିନକୁଦିନ କରୋନା (Corona) ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ରାଜ୍ୟରୁ ଏକାଥରକେ ରବିବାର ଦିନ ୨୩ ଜଣ ଓମିକ୍ରନ (Omicron) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୧ ଜଣ ଫିନଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆରୁ ଫେରିଥିବା ବେଳେ ୨ଜଣ ବିଦେଶ ଫେରନ୍ତାଙ୍କ ସଂପର୍କରେ ଆସିଥିଲେ। ସେହିପରି ଅନ୍ୟ ୧୦ ଜଣ ବିଦେଶ ଯାଇ ନାହାନ୍ତି କି ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନାହାନ୍ତି। ସେମ‌ାନେ କିପରି ଓମିକ୍ରନ ସଂକ୍ରମିତ ହେଲେ ‌ତାହା ଅନୁଧ୍ୟାନ କରାଯାଉଛି।

ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରବିବାର ଦିନ ରାଜ୍ୟରେ ‌୨୩ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୯ଜଣ ପୁରୁଷ ଥିବାବେଳେ ୪ଜଣ ମହିଳା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ କେନ୍ଦୁଝରରୁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪ଜଣ, ବୌଦ୍ଧରୁ ୨ଜଣ, ବାଲେଶ୍ଵରରୁ ଜଣେ, ଜଗତସିଂହପୁରରୁ ଜଣେ, ସମ୍ବଲପୁରରୁ ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୩୭ରେ ପହଂଚିଛି। ସୂଚନାଯୋଗ୍ୟ ରାଜ୍ୟରେ ଡିସେମ୍ବର ୨୧ରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ।

Also Read | School Reopens:ଆସନ୍ତା କାଲି ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ

Share this: