Covid Cases Odisha: ଓଡ଼ିଶାରେ ଆଜି ୮୭୭୮ ପଜିଟିଭ ଚିହ୍ନଟ, ୧୮ ବର୍ଷ ମଧ୍ୟରେ ୭୯୨

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଦ୍ରୁତଗତିରେ ବଢିଚାଲିଛି କରୋନା (Coronavirus) ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮ ହଜାର ୭୭୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୭୯୨ ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୦୯୬ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୮୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୨୬୧୫ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୭ଜଣ, ବାଲେଶ୍ଵରରୁ ୨୩୧ଜଣ, ବରଗଡ଼ରୁ ୧୩୬ଜଣ, ଭଦ୍ରକରୁ ୧୦୩ଜଣ, ବଲାଙ୍ଗୀରିରୁ ୨୧୬ଜଣ, ବୌଦରୁ ୧୨ ଜଣ, କଟକରୁ ୭୬୬ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୭୮ଜଣ, ଗଜପତିରୁ ୭୨ଜଣ, ଗଞ୍ଜାମରୁ ୧୦୬ଜଣ, ଜଗତସିଂପୁରରୁ ୧୧୪ଜଣ, ଯାଜପୁରରୁ ୧୯୧ଜଣ, ଝରସୁଗୁଡ଼ାରୁ ୨୦୩ଜଣ, କଳାହାଣ୍ଡିରୁ ୮୬ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେଉଁଝରରୁ ୯୫ଜଣ, କୋରପୁଟରୁ ୧୬୧ଜଣ, ମାଲକାନଗିରିରୁ ୧୨ଜଣ, ମୟୁରଭଞ୍ଜରୁ ୩୩୮ଜଣ, ନବରଙ୍ଗପୁରୁ ୧୧୨ଜଣ, ନୟାଗଡ଼ରୁ ୭୫ଜଣ, ନୂଆପଡ଼ାରୁ ୬୭ଜଣ, ପୁରୀରୁ ୨୧୬ଜଣ, ରାୟଗଡାରୁ ୬୫ଜଣ, ସମ୍ବଲପୁରରୁ ୫୯୬ଜଣ, ସୋନପୁରରୁ ୮୭ ଜଣ, ସୁନ୍ଦରଗଡରୁ ୧୨୫୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୭୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୩ ଲକ୍ଷ ୨୨ ହଜାର ୬୦୨ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୯୧ ହଜାର ୫୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୫୨ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୪୭ ହଜାର ୭୮୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ହଜାର ୨୪୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: