Odisha Panchayat Election: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୧ ପ୍ରତିଶତ ମତଦାନ

Share this:

ଭୁବନେଶ୍ଵର: Odisha Panchayat Election 2022 ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ୭୧ ପ୍ରତିଶତ ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି।

ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ୭୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍‍ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୧ ହଜାର ୩୮୨ ଗ୍ରାମ ପଞ୍ଚାୟତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ। ଏହି ପର୍ଯ୍ୟାୟରେ ଭୋଟିଂ ପାଇଁ ୧୮ ହଜାର ୪୯୫ଟି ବୁଥ୍‍ର ବ୍ୟବସ୍ଥା କରାଯାଇଥିଲା। ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିଥିଲେ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ନିନ୍ଦନୀୟ। ଏହି ଘଟଣାରେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‍ ମହାନିର୍ଦ୍ଦେଶକ ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ସ୍ଥାନରେ ବିଶୃଙ୍ଖଳା ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ସମ୍ପୃକ୍ତ ଜିଲ୍ଲପାଳମାନଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଳା କଲ୍ୟାଣସିଂପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ରାଇଲିମା ଗାଁଠାରେ ମତଦାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଟ ଦେବାପାଇଁ ତଳମୁସୁଡି ଏବଂ ଉପରମୁସୁଡି ଗ୍ରାମର ଡଙ୍ଗରିଆ ଗ୍ରାମବାସୀ ରାଇଲିମାର ୧୪ ନମ୍ବର ଭୋଟ ଦାନ କେନ୍ଦ୍ରକୁ ଆସିଥିଲେ। କିନ୍ତୁ ଭୋଟର ତାଲିକାରେ ସେମାନଙ୍କର ନାଁ ନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦ କରି ଡଙ୍ଗରିଆ କନ୍ଧମାନେ ସଂଘବଦ୍ଧ ଭାବେ ଭୋଟ କେନ୍ଦ୍ରକୁ ଚାରିପଟୁ କବାଟ ବନ୍ଦ କରି ଜଙ୍ଗଲ ରାସ୍ତାଦେଇ ଭୋଟ ବାକ୍ସ ନେଇଯାଇଥିଲେ। ତେବେ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଭୋଟବାକ୍ସକୁ ଉଦ୍ଧାର କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ୍‍ କହିଛି।

ସେପଟେ ବରଗଡ଼ ଜିଲ୍ଲାର କୁମ୍ଭାରୀ ପଞ୍ଚାୟତର ଭୋଇଟିକ୍ରା ଗ୍ରାମର ଭୋଟର ଏବଂ ସାଇପାଲି ପଞ୍ଚାୟତର ସାଲେଦମକି ଗ୍ରାମର ଭୋଟରମାନେ ଆଜି ଭୋଟ ବର୍ଜନ କରିଛନ୍ତି। ରାସ୍ତାନିର୍ମାଣ ଦାବିରେ ଭୋଇଟିକ୍ରା ଏବଂ ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ସାଲେଦମକି ଗ୍ରାମବାସୀ ଭୋଟ ଦେଇନାହାନ୍ତି।

Share this:

Leave a Reply

Your email address will not be published. Required fields are marked *