Covid Cases Odisha:ଓଡ଼ିଶାରେ କମୁଛି କରୋନା ସଂକ୍ରମଣ, ଆଜି ୬୨୫ ପଜିଟିଭ ଚିହ୍ନଟ, ୧୮ ବର୍ଷ ମଧ୍ୟରେ ୮୦

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କମୁଛି କରୋନା (Coronavirus) ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୬୬ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୫୯ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୮୦ଜଣ।ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ୨୧୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୮ଜଣ, ବାଲେଶ୍ଵରରୁ ୫୦ଜଣ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୮ଜଣ, କଟକରୁ ୫୬ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୬ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂପୁରରୁ ୩୮ଜଣ, ଯାଜପୁରରୁ ୩୪ଜଣ, ଝରସୁଗୁଡ଼ାରୁ ୩ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, କେଉଁଝରରୁ ୧୮ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୭ଜଣ, ନୟାଗଡ଼ରୁ ୧୦ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨୯ଜଣ, ରାୟଗଡାରୁ ୧୨ଜଣ, ସମ୍ବଲପୁରରୁ ୧୮ଜଣ, ସୁନ୍ଦରଗଡରୁ ୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୮ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୭୫ ଲକ୍ଷ ୯୮ହଜାର ୨୪ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୨ ହଜାର ୩୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୩୨ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୮୬ ହଜାର ୩୩୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ହଜାର ୪୪୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published. Required fields are marked *