Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

Share this:

ଭୁବନେଶ୍ୱର : ବିଶ୍ଵ ମହାମାରୀ କୋଭିଡ୍‌-୧୯ (Covid-19) ର ଭୟ ଭୟତାକୁ ଦେଖି ରାଜ୍ୟରେ ବାଣ (Crackers) ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେହି ବାଣ ବିକ୍ରି କରିପାରିବେ ନାହିଁ କି ଫୁଟାଇ ପାରିବେ ନାହିଁ। ନଭେମ୍ବର ୧୦ରୁ ୩୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରାଯାଇଛି।

ବର୍ତ୍ତମାନ ରାଜ୍ୟରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇଛି କିନ୍ତୁ  ବିପଦ ଯାଇନାହିଁ। ଏପରିକି ଶୀତ ଋତୁରେ କରୋନା ମହାମାରୀ (Corona Pandemic) ଅଧିକ ବ୍ୟାପିବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ସା‌ଧାରଣତଃ ଶୀତ ଦି‌ନରେ ବୟସ୍କ ବ୍ୟକ୍ତି, ଛୋଟ ପିଲା, ଶ୍ଵାସରୋଗୀଙ୍କ  ସହିତ ଅନ୍ୟ ରୋଗ ଥିବା ବ୍ୟକ୍ତିମାନଙ୍କର ଶ୍ଵାସ ଜନିତ ସମସ୍ୟା ବୃଦ୍ଧି ହୋଇଥାଏ। ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳରେ ଭାସମାନ ଦ୍ରବ୍ୟ କଣିକାର ଅଧିକ ମିଶ୍ରଣ ଫଳରେ ଶ୍ଵାସଜନିତ ସମସ୍ୟା ସୃଷ୍ଟି କରିଥାଏ। ଏସବୁକୁ ବିଚାରକୁ ନେଇ ବାଣ ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି।

ଏସ୍‌ଆର୍‌ସି (SRC)ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଓଡ଼ିଶାରେ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ବାଣ ଫୁଟାନ୍ତି। ବାଣ ଫୁଟାଇବା ଫଳରେ କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ ଶ୍ଵାସ ଜନିତ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଥାଏ ଏବଂ ସଂକ୍ରମିତଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତାହା ଲୋକଙ୍କର ଶ୍ଵାସଜନିତ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ହୋମ୍ କ୍ୱାରାଣ୍ଟାଇନରେ ରହିଥିବା ତଥା କୋଭିଡ୍‌ ସଂକ୍ରମିତ ଥିବା ଲୋକଙ୍କର ସ୍ଵାସ୍ଥ୍ୟବସ୍ଥାକୁ ଆହୁରି ଖରାପ କରିଦେବାର ଆଶଙ୍କା ରହିଛି। କୋଭିଡ୍‌ ସ୍ଥିତିରେ ରାଜ୍ୟ ସରକାରଙ୍କ ବୈଷୟିକ ବିଶେଷଜ୍ଞ କମିଟି ବାଣ ଫୁଟାଇବା ନିଷେଧ କରିବାକୁ ସୁପାରିସ୍‌ କରିଥିଲେ।

ବାଣ ଫୁଟାଇବାର କ୍ଷତିକାରକ ଦିଗ ଓ ଶୀତ ଋତୁକୁ ବିଚାରକୁ ନେଇ ଆସନ୍ତା ୧୦ରୁ ୩୦ ତାରିଖ ମଧ୍ୟରେ ବାଣ ଉପରେ ସରକାର ସମ୍ପୂର୍ଣ୍ଣ ନିଷାଧାଦେଶ ଜାରି କରିଛନ୍ତି। ଏହାକୁ ଅବମାନନା କଲେ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ଓ ପୁଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

Also Read | Turkey Earthquake: ୪ ବର୍ଷିୟ ଝିଅ ଆଗରେ ଭୂକମ୍ପ ହାର; ୯୧ ଘଣ୍ଟା ପରେ ହାଥ ହଲେଇ ଡାକିଲା ଉଦ୍ଧାରକାରୀ ଦଳକୁ

Share this:

Leave a Reply

Your email address will not be published. Required fields are marked *