Dhenkanal Corona Report: ଢେଙ୍କାନାଳ ଜିଲ୍ଲାରେ ଆଜି ୫୪ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି ଆଉ ନୂଆ ୫୪ ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୪୦ ଏବଂ ହସ୍ପିଟାଲରୁ ୧୪ଜଣ ଚିହ୍ନଟ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ନୂଆବଗ ଏବଂ ବାଲିମିରୁ ୨ଜଣ ଥିବାବେଳେ କୁକୁଟା, ନୂଆହିନ୍ଦୋଳ ସାନହିନ୍ଦୋଳ, ବ୍ରହ୍ମପୁର, ଚିତଲପୁର, କାରନ୍ଦା, ପଞ୍ଚପଡା, ଦୁଦୁରକୋଟ, ନୂଆକୋଟ, କନ୍ତୁକୁଳ ଏବଂ ଇଲିରିଶିଙ୍ଗାରୁ ଜଣେ ଲେଖାଏଁ ଅଛନ୍ତି।

mahimalive

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦେଉଳସାହିରୁ ୩ଜଣ ଏବଂ ଦକ୍ଷିଣକାଳୀରୁ ୨ଜଣ ଥିବାବେଳେ ଖମାରସାହି, ମୀନାବଜାର, କାଠଗଡା,ଦକ୍ଷିଣକାଳୀ ରୋଡ଼ ଏବଂ ଜେଲ କଲୋନୀରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୮ଜଣ ଚିହ୍ନଟଙ୍କ ମଧ୍ୟରୁ ପନେଇଲ, ଓଡାପଡା, ଗୋବିନ୍ଦପ୍ରସାଦ, ହିନ୍ଦୋଳରୋଡ଼, ଇନ୍ଦିପୁର, ପୋଡପଡ଼ା, ଗୁଡିଆକାଟେଣି ଏବଂ ଘଟିବିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବରଦା, ସିଆରିଆ, ବଳଦିଆବନ୍ଧ ଏବଂ ଗୋବିନ୍ଦପୁରରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର NAC ରୁ ୪ଜଣ ଅଛନ୍ତି। ଭୁବନ ବ୍ଲକରୁ ୩ଜଣଙ୍କ ମଧ୍ୟରୁ ସାନବରହମପୁର, ଜିରାଳ ଏବଂ ଭୁଷଳରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୨ଜଣଙ୍କ ମଧ୍ୟରୁ କୁଲେଇ ଏବଂ ରଙ୍ଗମାଟିଆରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ମହୁଲପାଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୬ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୯୪୫ ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୬୭  ହଜାର ୧୨୦ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୫୦୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୧ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୭୬୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୩୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଟୀକା ନେବାପରେ corona ଜନିତ ମୃତ୍ୟୁ ହେବାର ଆଶଙ୍କା ୯୫ ପ୍ରତିଶତ ହ୍ରାସ କରେ: ଡକ୍ଟର ଭି.କେ ପଲ

Share this: