Coronavirus: ଓଡ଼ିଶାରେ ପୁଣି କରୋନା ନେଲା ୫୮ଜଣଙ୍କ ଜୀବନ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ଆଉ ୫୮ଜଣଙ୍କ ଜୀବନ ନେଇଛି କରୋନା (Coronavirus) । ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୧୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୯ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବରଗଡ଼ରୁ ୭ଜଣ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମରୁ ୫ଜଣ ଏବଂ ବଲାଙ୍ଗୀରିରୁ ୪ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ଵର, କଟକ, ସମ୍ବଲପୁର ଏବଂ ପୁରୀରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଅନୁଗୁଳରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ବୌଦ, ଢେଙ୍କାନାଳ, ଝାରସୁଗୁଡା, ଯାଜପୁର ଏବଂମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୧ଲକ୍ଷ ୩୫ହଜାର ୮୬୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୫ ହଜାର ୯୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୪୯୨ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୦ ହଜାର ୪୧୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ହଜାର ୩୮୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଟୀକା ନେବାପରେ corona ଜନିତ ମୃତ୍ୟୁ ହେବାର ଆଶଙ୍କା ୯୫ ପ୍ରତିଶତ ହ୍ରାସ କରେ: ଡକ୍ଟର ଭି.କେ ପଲ

Share this: