Covid Odisha Today: ଆଜି ଓଡିଶାରୁ ୭୩ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid Odisha Today ଓଡ଼ିଶାରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ। ଗତକାଲି ଓଡ଼ିଶାରୁ ୫୯ଜଣ କରୋନା ସଂକ୍ରମିତ (Covid Odisha Today) ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୭୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୫ଜଣ, କଟକରୁ ୭ଜଣ, ଦେଓଗଡ଼ରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂପୁରଋ ୩ଜଣ, ଯାଜପୁରରୁ ୨ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ୬ଜଣ, ଖୋର୍ଦ୍ଧାରୁ ୮ଜଣ, ମୟୂରଭଞ୍ଜରୁ ୩ଜଣ, ନୟାଗଡରୁ ଜଣେ, ନୂଆପଡ଼ାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୮ଜଣ, ସମ୍ବଲପୁରରୁ ୭ଜଣ, ସୁନ୍ଦରଗଡରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।

amazon_furniture

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୭ ଲକ୍ଷ ୪୨ ହଜାର ୮୬୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୫ ହଜାର ୮୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୦ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୫ ହଜାର ୮୭୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

mahimalive news

READ ALSO


Odisha 10th New Syllabus: ନବମ, ଦଶମ ପାଇଁ ନୂଆ ବିଷୟ, ୭୦୦ ମାର୍କର ବୋର୍ଡ ପରୀକ୍ଷା

bags american
Share this:

Leave a Reply

Your email address will not be published. Required fields are marked *