ଢେଙ୍କାନାଳରୁ ଆଜି ୧୨୩ଜଣ Corona ପଜିଟିଭ ଚିହ୍ନଟ, ଜଣେ ମୃତ

CORONA_virus
Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ୧୨୩ ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୧୦୫ଜଣ ଏବଂ ହସ୍ପିଟାଲରୁ ୧୮ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୩୦ଜଣଙ୍କ ମଧ୍ୟରୁ ପଞ୍ଚପଡାରୁ ୧୧ଜଣ, ବେଡ଼ାପଡାରୁ ୩ଜଣ, ନୂଆବଗ, ଖରଚୁଲି, ଦୁଦୁରକୋଟ ଏବଂ କଡଲାରୁ ୨ ଲେଖାଏଁ, ବଂପା, କଳିଙ୍ଗା, ବାଉଁଶପୋଖରୀ, ପାଟଲା, ଝାଡୁବେରେଣୀ, ଖଜୁରିଆକଟା, କର୍ଣ୍ଣପୁର ଏବଂ ଖଲିବୋରେଇରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସିରୁ ୪ଜଣଙ୍କ ମଧ୍ୟରୁ ନୂଆପାଟଣାରୁ ୨ଜଣ, ଚମ୍ପତିସାହି ଏବଂ ଧୁଣ୍ଡିନାଳିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।    

ସଦର ବ୍ଲକ (Sadar Block) ରୁ ୨୫ଜଣଙ୍କ ମଧ୍ୟରେ ଗୋବିନ୍ଦପୁରରୁ ୧୧ଜଣ ଅଛନ୍ତି। ସେହିପରି ଓଡ଼ାପଡା ବ୍ଲକ (Odapada Block) ରୁ ୨୪ଜଣଙ୍କ ମଧ୍ୟରେ ବାଛୁରିବାଙ୍କରୁ ୬ଜଣ, ଇନ୍ଦିପୁରରୁ ୫ଜଣ, ଗଦାଶିଳାରୁ ୪ ଜଣ ଅଛନ୍ତି।

ପର୍ଜଙ୍ଗ ବ୍ଲକ (Parjang Block) ରୁ ଚିହ୍ନଟ ୧୬ ଜଣଙ୍କ ମଧ୍ୟରୁ ବଶୋଇରୁ ୬ଜଣ, କନ୍ଦରସିଂହାରୁ ୫ଜଣ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୭ଜଣ, କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୬ଜଣ, ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୩ଜଣ, କାମାକ୍ଷାନଗର ଏନଏସିରୁ ୨ଜଣ, ଭୁବନ ବ୍ଲକରୁ ଜଣେ, କଙ୍କଡାହାଡ ବ୍ଲକରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ ଚିହ୍ନଟ ହୋଇଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୫୭୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨ ହଜାର ୯୩୯ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୪ ହଜାର ୯୦୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୯୦ ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୨ହଜାର ୧୦୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୨ହଜାର ୭୬୮ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି ଆଜି ଜଣେ ଢେଙ୍କାନାଳ ଜିଲ୍ଲାରୁ କରୋନାରେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୩୯ ରେ ପହଞ୍ଚିଛି। 

Also Read | Covid-19 ଟେଷ୍ଟ କିଟ ବର୍ତ୍ତମାନ ଅନଲାଇନରେ Flipkart ରୁ ମଗାଇ ପାରିବେ

Share this: