Covid-19: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ପାର, ଆଜି ୪୧ଜଣ ମୃତ୍ୟୁ

death-covid19
Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ଜନିତ ମୃତ୍ୟୁ ସଂଖ୍ୟା କମିବାର ନା ନେଉନି। ପୁଣି ଆଜି ଆଉ ୪୧ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୬ ଅଛନ୍ତି। ସେହିପରି  ସୁନ୍ଦରଗଡରୁ ୪, ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ୩ ଲେଖାଏଁ ଅଛନ୍ତି।  ବରଗଡ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ମୟୁରଭଞ୍ଜ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ୨ ଲେଖାଏଁ ଅଛନ୍ତି।

ସେହିପରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଦେବଗଡ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୨ ଲକ୍ଷ ୫୦ ହଜାର ୨୯୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୧୯ ହଜାର ୨୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୩୫୮ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୬ ହଜାର ୭୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।   

Also Read | Vaccine:୧୨ ରୁ ୧୮ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ ଟିକା ପରୀକ୍ଷା ଆରମ୍ଭ

Share this: