Corona: ଓଡ଼ିଶାରୁ ଆଜି ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ବର୍ତ୍ତମାନ ଧୀରେ ଧୀରେ କରୋନା ସଂକ୍ରମିତ (Corona Virus) ଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୬ ହଜାର ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ୩୪୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୬୬୫ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୪୦ ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୧୬ଜଣ, ବାଲେଶ୍ଵରରୁ ୧୯୫ଜଣ, ବରଗଡ଼ରୁ ୧୬୪ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରିରୁ ୮୩ଜଣ, ବୌଦ୍ଧରୁ ୧୧୨ଜଣ, ଦେଓଗଡ଼ରୁ ୨୯ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ଜଣ, ଗଞ୍ଜାମରୁ ୯୩ଜଣ, ଜଗତସିଂପୁରରୁ ୨୧୮ଜଣ, ଯାଜପୁରରୁ ୫୬୩ଜଣ, ଝାରସୁଗୁଡାରୁ ୮୬ଜଣ, କଳାହାଣ୍ଡିରୁ ୮୦ଜଣ, କନ୍ଧମାଳରୁ ୧୪୩ଜଣ, କେଉଁଝରରୁ ୧୫୫ଜଣ, କୋରାପୁଟରୁ ୧୮୦ଜଣ, ଖୋର୍ଦ୍ଧାରୁ ୪୯୫ଜଣ, କେନ୍ଦ୍ରାପଡ଼ାରୁ ୨୨୭ଜଣ, ମୟୁରଭଞ୍ଜରୁ ୩୫୨ଜଣ, ମାଲକାନଗିରିରୁ ୧୦୭ଜଣ, ନବରଙ୍ଗପୁରରୁ ୧୬୬ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ଜଣ, ପୁରୀରୁ ୩୯୮ଜଣ, ରାୟଗଡାରୁ ୧୦୮ଜଣ, ସମ୍ବଲପୁରରୁ ୧୦୩ଜଣ, ସୋନପୁରରୁ ୫୩ଜଣ, ସୁନ୍ଦରଗଡରୁ ୨୭୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୨ ଲକ୍ଷ ୫୦ ହଜାର ୨୯୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୧୯ ହଜାର ୨୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୩୫୮ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୬ ହଜାର ୭୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Covid-19 ଟେଷ୍ଟ କିଟ ବର୍ତ୍ତମାନ ଅନଲାଇନରେ Flipkart ରୁ ମଗାଇ ପାରିବେ

AC_without-Bank_1242x450._CB659868804_SY500_
Share this: