Digital Beauty in Social Media: ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ

digital_girls
Share this:

ଭୁବନେଶ୍ୱର: ଆଜିକାଲି ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ (Cyber Fraud)। ଆଉ ସୋସିଆଲ ମିଡ଼ିଆ (Social Media) କୁ ମାଧ୍ୟମ କରିଛନ୍ତି ସାଇବର ଠକ। ଏମାନେ ନୂଆ ନୂଆ ପନ୍ଥା ଆପଣାଇ ଲୁଟୁଛନ୍ତି ଟଙ୍କା। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀମାନେ (Digital Beauty) ମାତିଛନ୍ତି। ସେମାନେ ଜାଲ ବିଛାଇ ଯୁବକଙ୍କୁ ନିଜ ଫାଶରେ ପକାଉଛନ୍ତି। ଯୁବକଙ୍କ ସହ ଅଶ୍ଳୀଳ ଚାଟ୍‌ କରିବା ପରେ ବ୍ଲାକ୍‌ମେଲ୍‌ କରି ଟଙ୍କାପଇସା ଲୁଟୁଛନ୍ତି। ଅନେକ ଲୋକଲଜ୍ୟା ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି।

ସୂଚନା ଅନୁସାରେ ଏହି ଡିଜିଟାଲ୍‌ ସୁନ୍ଦରୀଙ୍କଠାରୁ ଦୂରେଇ ରହିବା ପାଇଁ ଓଡ଼ିଶା ପୋଲିସ (Odisha Police) ଏକ ଟୁଇଟ୍‌ କରି ଜନସାଧାରଣଙ୍କୁ ସତର୍କ କରାଇଛି। ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ୍‌ ମିଡ଼ିଆରେ ମାତିଛନ୍ତି ଡିଜିାଟାଲ୍‌ ସୁନ୍ଦରୀ, ତେଣୁ ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରୁହନ୍ତୁ। ଫେକ୍‌ ଆକାଉଣ୍ଟ (Fake Account) ଜରିଆରେ ଅଶ୍ଳୀଳ ଭିଡିଓ ଚାଟ୍‌ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ଏମାନେ ଅନେକ ଟଙ୍କା ଲୁଟିନେଇ ପାରନ୍ତି। ସାଇବର ଠକଙ୍କ ଏ ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ। ଅଜଣା ଲୋକଙ୍କ ଭିଡ଼ିଓ କଲ୍‌ ଉଠାନ୍ତୁ ନାହିଁ। ଲୋକଲଜ୍ୟା ଭୟରେ ଏମାନଙ୍କୁ ପ୍ରସୟ ଦିଅନ୍ତୁ ନାହିଁ। ଆପଣ କିମ୍ବା ଆପଣଙ୍କ ପ୍ରିୟଜନ ଏପରି ପରିସ୍ଥିତିର ସାମ୍ନା କଲେ ସଙ୍ଗେସଙ୍ଗେ ପୋଲିସ ସହ ଯୋଗଯୋଗ କରିବାକୁ ସୂଚନା ଦିଆଯାଇଛି।

Share this:

Leave a Reply

Your email address will not be published. Required fields are marked *