Covid19 Odisha Updates: ଓଡିଶାରୁ ଆଜି ଆଉ ୧୨୦ କରୋନା ପଜିଟିଭ ଚିହ୍ନଟ

covid19 test
Share this:

ଭୁବନେଶ୍ଵର: Odisha Covid-19 Updates News  ଓଡିଶାରୁ ଆଜି ୨୦ ଜିଲ୍ଲାରୁ ୧୨୦ ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୬ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୋଳ ଜିଲ୍ଲାରୁ ୧୩ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵରରୁ ୫ଜଣ, ବଲାଙ୍ଗୀରିରୁ ୨ଜଣ, ବୌଦରୁ ୩ଜଣ, କଟକରୁ ଜଣେ, ଦେଓଗଡରୁ ଜଣେ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମରୁ ଜଣେ, ଜଗତସିଂପୁରରୁ ଜଣେ, ଯାଜପୁରରୁ ୯ଜଣ, ଝାରସୁଗୁଡାରୁ ୧୨ଜଣ, ଖୋର୍ଦ୍ଧାରୁ ୧୦ଜଣ, କୋରପୁଟରୁ ୪ଜଣ, ମୟୁରଭଞ୍ଜରୁ ୫ଜଣ, ନବରଂଗପୁରରୁ ୪ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ଜଣେ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୨୩ଜଣ, ସୁନ୍ଦରଗଡରୁ ୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୫ଲକ୍ଷ ୯୪ହଜାର ୬୦୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୬ ହଜାର ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୧୪ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୫ ହଜାର ୫୪୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ହଜାର ୩୧୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: