ଆସିଲା Shane Warne ଙ୍କ ମୃତ୍ୟୁ ପଛର କାରଣ, ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Share this:

ନୂଆଦିଲ୍ଲୀ: How shane warne died ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳି (Australian Cricket Player) ତଥା କିମ୍ବଦନ୍ତୀ ସ୍ପିନର ଶେନ ୱାର୍ନଙ୍କ ମୃତ୍ୟୁ ଖବର ଦ୍ରୁତ ଗତିରେ ବ୍ୟାପିବା ପରେ କ୍ରିକେଟ୍ ଜଗତ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଖବର ପହଞ୍ଚିବା ପରେ ପ୍ରଥମେ କେହି ବିଶ୍ୱାସ କଲେ ନାହିଁ। ସମସ୍ତଙ୍କୁ ଏହି ସତ୍ୟକୁ ଗ୍ରହଣ କରିବାକୁ ପଡିଲା ଯେ ସେ ଆଉ ଏ ଦୁନିଆରେ ନାହାନ୍ତି। ୱାର୍ନଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। କିନ୍ତୁ ହଠାତ୍ ମୃତ୍ୟୁକୁ ନେଇ ଥାଇଲ୍ୟାଣ୍ଡ (Thailand) ରେ ତଦନ୍ତ ଚାଲିଛି।

ସୂଚନା ଅନୁସାରେ ଥାଇଲାଣ୍ଡ ପୋଲିସ ଆଜି ଶେନ ୱାର୍ନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିଛି। ଥାଇଲ୍ୟାଣ୍ଡ ପୋଲିସ କହିଛି ଯେ ଶେନ ୱାର୍ନଙ୍କ ମୃତ୍ୟୁର ଅସ୍ୱାଭାବିକ କାରଣ ଜଣାପଡିନାହିଁ। ଏହା ସହିତ ଥାଇଲାଣ୍ଡ ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ମିଳିଛି, ଯେଉଁଥିରେ ମେଡିକାଲ ମତାମତ ହେଉଛି ଯେ ଶେନ ୱାର୍ନ ସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଛନ୍ତି।

ସୂଚନାଯୋଗ୍ୟ ୫୨ବର୍ଷ ବୟସ୍କ ଶେନ ୱାର୍ନ ଛୁଟିକାଟିବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। କିନ୍ତୁ ମାର୍ଚ୍ଚ ୪ ତାରିଖ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଶେନ ୱାର୍ନଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ୱାର୍ନଙ୍କ ମ୍ୟାନେଜର ଏରସ୍କିନ୍ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ତାଙ୍କ ମ୍ୟାନେଜରଙ୍କ କହିବାନୁସାରେ, ସେ ଏକ ଅଜବ ଡାଏଟରେ ରହୁଥିଲେ। ଖାଦ୍ୟରେ ସେ କେବଳ ୧୪ଦିନ ପାଇଁ ତରଳ ପଦାର୍ଥ ଗ୍ରହଣ କରୁଥିଲେ। ସେ ଏହିପରି ତିନି କିମ୍ବା ଚାରିଥର କରିସାରିଛନ୍ତି। ସେ ସାରା ଜୀବନ ସିଗାରେଟ ଟାଣୁଥିଲେ।

Read Also | Digital Beauty in Social Media: ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ

Share this: