Covid19 Odisha Updates: ଆଜି ୧୮ଜିଲ୍ଲାରୁ ୧୨୯ କରୋନା ପଜିଟିଭ ଚିହ୍ନଟ

CORONA_virus
Share this:

ଭୁବନେଶ୍ଵର: Odisha Covid-19 Updates News  ଓଡିଶାରୁ ଆଜି ୧୮ ଜିଲ୍ଲାରୁ ୧୨୯ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୯ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୫ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ଵରରୁ ୧୦ଜଣ, ଭଦ୍ରକରୁ ୨ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୨ଜଣ, ଦେଓଗଡରୁ ଜଣେ, ଗଜପତି ଜିଲ୍ଲାରୁ ୨୦ଜଣ, ଗଞ୍ଜାମରୁ ଜଣେ, ଜଗତସିଂପୁରରୁ ଜଣେ, ଯାଜପୁରରୁ ଜଣେ, ଝାରସୁଗୁଡାରୁ ୯ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ଖୋର୍ଦ୍ଧାରୁ ୧୪ଜଣ, କୋରପୁଟରୁ ୨ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୮ଜଣ, ପୁରୀରୁ ୨ଜଣ, ସମ୍ବଲପୁରରୁ ୧୮ଜଣ, ସୁନ୍ଦରଗଡରୁ ୨୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୫ଲକ୍ଷ ୫୦ ହଜାର ୪୫୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୫ ହଜାର ୮୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୫ ହଜାର ୨୨୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ହଜାର ୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | New advisory for Indian in Ukraine: ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି

Share this: