Plus 3 First Merit List: +୩ ମେରିଟ ଲିଷ୍ଟ ପ୍ରକାଶ,ବିଜେବି କଲେଜ ଆଗରେ

Share this:

ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ, (DHE SAMS) ଓଡିଶା ରାଜ୍ୟରେ ଡିଗ୍ରୀ କଲେଜରେ ଆଡମିଶନ ପାଇଁ ପ୍ରଥମ ଯୋଗ୍ୟତା ତାଲିକା ପ୍ରକାଶ କରିଛି। ପ୍ଲସ୍ ୩ (+3) ଆଡମିଶନ ପ୍ରକ୍ରିୟା ପାଇଁ ପ୍ରଥମ ମେରିଟ୍ ତାଲିକା ଆଜି ସେପ୍ଟେମ୍ବର ୨୮ ରେ ପ୍ରକାଶ ପାଇଛି। ସମସ୍ତ ଛାତ୍ର ଆଡମିଶନ ପାଇଁ ଆବେଦନ କରିଛନ୍ତି ସରକାରୀ ୱେବସାଇଟ୍ samsodisha.gov.in ରେ ମେରିଟ୍ ତାଲିକା ଏବଂ ପ୍ରଥମ ଚୟନ ଫଳାଫଳ ଯାଞ୍ଚ କରିପାରିବେ। ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି।

ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ(Physics ) ରେ ୯୫% ରାସାୟନିକ ବିଜ୍ଞାନ (Chemistry)ରେ ୯୪.୬ %, ଗଣିତରେ (Mathematics)ରେ ୯୫.୨ %, ପ୍ରାଣୀବିଜ୍ଞାନରେ (Zoology) ୯୫.୫ %, ଉଦ୍ଭିଦ ବିଜ୍ଞାନରେ (Botany)୯୩.୪ ପ୍ରତିଶତ କଟଅଫ ଯାଇଛି।

ଅପରପକ୍ଷରେ କଳା ଶ୍ରେଣୀରେ ବି ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଅର୍ଥଶାସ୍ତ୍ରରେ (Economics) ୯୦.୫%, ଭୁଗୋଳ(Geography) ରେ ୯୨% ଏବଂ ରାଜନୀତି ବିଜ୍ଞାନରେ (Political Science)୯୧.୫% କଟଅଫ ଯାଇଛି। ସେହିପରି ବାଣିଜ୍ୟ (Commerce) କଟ ଅଫରେ ୮୮.୬୭% ସହ ବିଜେବି କଲେଜ ମଧ୍ୟ ଆଗରେ ରହିଛି।

ସୂଚନାଯୋଗ୍ୟ, ୨ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୮ ହଜାର ୫୪୦ ନାମଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତାକଲି ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅନ୍‌ଲାଇନ୍‌ରେ ଅପଡେଟ୍‌ (Online Update)ହେବ।

ନାମଲେଖା ବିଷୟରେ ଅଧିକ ଜାଣିବା ପାଇଁ Click Here…

Publication of First Selection Merit ListSep 28, 2020
Online deposit of admission fees by Students Sep 28- Oct 1, 2020
First Selection Merit List Sep 29 – Oct 2, 2020
Final admission data update who took admission in the First Selection Merit ListOct 3, 2020
Publication of Second Selection Merit List Oct 8, 2020
Admission update of students’ data selected in the Second Selection Merit List Oct 9 to 12 2020
Final merit list updateOct 13, 2020
Share this: