Covid Cases in Odisha: ଆଜି ୨୦୭ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Covid-19 Cases in Odisha State Dashboard in last 24 hours district wise ଗତକାଲି ଓଡ଼ିଶାରୁ ୨୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୦୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୩୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ଵରରୁ ୧୧ଜଣ, ବରଗଡ଼ରୁ ୬ଜଣ, ବଲାଙ୍ଗୀରିରୁ ୬ଜଣ, କଟକରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୪ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ଜଣେ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ୮ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୬ଜଣ, କେଉଁଝରରୁ ଜଣେ, ଖୋର୍ଦ୍ଧାରୁ ୫୭ଜଣ, , ମୟୂରଭଞ୍ଜରୁ ୫ଜଣ, ନବରଂଗପୁରରୁ ଜଣ, ନୟାଗଡରୁ ୫ଜଣ, ନୂଆପଡ଼ାରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, ରାୟଗଡାରୁ ୬ଜଣ, ସମ୍ବଲପୁରରୁ ୭ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୨୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୪ ଲକ୍ଷ ୨୪ ହଜାର ୫୮୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୧ହଜାର ୭୯୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୨୮ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୦ ହଜାର ୯୪୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୦୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

mahimalive news

Read Also | Your Favourite Electronics Brands

Best Mobiles Under 15000
Share this:

Leave a Reply

Your email address will not be published. Required fields are marked *