Odisha Covid19: ଆଜି ୩୨୩୫ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୨୩୫ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧ହଜାର ୯୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୨୦ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also read:Covid19 Cuttack: କଟକରେ ଘରୋଇ କରୋନା ପରୀକ୍ଷା ବନ୍ଦ

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ୫୦୬ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୮ ଜଣ, କଟକରୁ ୩୧୮ ଜଣ, କନ୍ଧମାଳ ଜିଲ୍ଲାରୁ ୬୨ ଜଣ, କୋରାପୁଟରୁ ୫୯ ଜଣ, କେନ୍ଦ୍ରାପଡ଼ାରୁ୧୦୩ ଜଣ, କେଉଁଝରରୁ ୮୬ ଜଣ ଓ କଳାହାଣ୍ଡିରୁ ୪୨ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୨୦ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ ଓ ସୋନପୁର ଜିଲ୍ଲାରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୧୦ ଜଣ, ଜଗତସିଂହପୁରରୁ ୮୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭୧ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୩୭ ଜଣ, ବାଲେଶ୍ଵରରୁ ୧୦୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୦୧ ଜଣ, ବୌଦ୍ଧରୁ ୪୨ ଜଣ ଏବଂ ଭଦ୍ରକରୁ ୬୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୧ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୭୯ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪୩ ଜଣ, ନବରଙ୍ଗପୁରରୁ ୧୨୪ ଜଣ ଓ ନୂଆପଡ଼ାରୁ ୧୦୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୯ ଜଣ, ଦେଓଗଡରୁ ୧୨ ଜଣ, ରାୟଗଡାରୁ ୧୦୧ ଜଣ, ଅନୁଗୋଳରୁ ୧୭୯ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୧୮ ଜଣ ଏବଂ ମାଲକାନଗିରିରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୪୮ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୧ ଲକ୍ଷ ୫୯ ହଜାର ୪୦୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୧୨ ହଜାର ୬୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୧୭୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

LATEST DEALS ON SAMSUNG MOBILE PHONES CHECK OUT!!

Share this: