ରାଜ୍ୟ ରେ ଆଜି ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ

Share this:

ରାଜ୍ୟରେ ଆଜି  ଆଉ ୫୮୧ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୭ ହଜାର ୩୭୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୬୦ ଜଣ,ଗଜପତି ରୁ ୪୩ ଜଣ ,ରାୟଗଡା ରୁ ୧୨, ବରଗଡ଼ ରୁ ୨୫ ଜଣ, ଖୋର୍ଦ୍ଧା ରୁ ୭୭ ଜଣ , କଟକ ରୁ ୩୪ ଜଣ, କେଉଁଝର ରୁ ୧୯ ଜଣ, ଭଦ୍ରକ ରୁ ୨୩ ଜଣ , ମୟୁରଭଞ୍ଜ ଓ ସୁନ୍ଦରଗଡ଼ ରୁ ୧୨ଜଣ ଲେଖାଏଁ ,ଯାଜପୁର ରୁ ୭ ଜଣ,କନ୍ଧମାଳ ଓ ଅନଗୁଳ  ରୁ ୧୭  ଜଣ ଲେଖାଏଁ ,ସମ୍ବଲପୁର ଓ  ଜଗତସିଂହପୁର ଜିଲ୍ଲାରୁ ରୁ ୧୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।ଢେଙ୍କାନାଳ ୮ ଜଣ, ବାଲେଶ୍ଵର ରୁ୧୦ ଜଣ ,ମାଲକାନଗିରି ରୁ ୩୨ ଜଣ , କେନ୍ଦ୍ରାପଡା,ପୁରୀ ଓ ଝାରସୁଗୁଡା  ରୁ ୯ ଜଣ ଲେଖାଏଁ,  ବଲାଙ୍ଗୀରି ରୁ ୬ ଜଣ, ବୌଦ୍ଧ ରୁ ୫ ଜଣ,ଦେଓଗଡ ରୁ ୩ ଜଣ ଏବଂ ନବରଙ୍ଗପୁର ରୁ ୨  ଜଣ ସୁସ୍ଥ ହୋଇଛନ୍ତି।

Share this: