ଆଜି ଚିହ୍ନଟ ହେଲେ ୧୨୧୫ ପଜିଟିଭ

Share this:

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪  ଲକ୍ଷ ୭୬ ହଜାର ୫୬୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୮ ହଜାର ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ହଜାର ୩୭୩  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୫୪୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଭୁବନେଶ୍ଵର : ରାଜ୍ୟରେ ଆଜି ୧୨୧୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୭୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬୨ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୩୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୬୦ଜଣ କନ୍ଧମାଳ  ରୁ ୧୪ ଜଣ,କୋରାପୁଟ  ରୁ ୭୩ ଜଣ , କେଉଁଝର ରୁ ୭୭ ଜଣ, କେନ୍ଦ୍ରାପଡ଼ା ରୁ ୧୪ ଜଣ ଓ କଳାହାଣ୍ଡି  ରୁ ୮ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା  ଜିଲ୍ଲା ରୁ ୨୪ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଓ ସୋନପୁର ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୦ଜଣ ,ଜଗତସିଂହପୁର ରୁ ୪୭ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୨ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୧୦ଜଣ, ବାଲେଶ୍ଵର ରୁ ୨୯ଜଣ, ଭଦ୍ରକ ଜିଲ୍ଲାରୁ ୨ଜଣ,ବୌଦ୍ଧରୁ ୨ ଜଣ  ଏବଂ ବଲାଙ୍ଗୀରି ଜିଲ୍ଲାରୁ ୨୧ଜଣ ସଂକ୍ରମିତ ହୋଇଛନ୍ତି। ଗଜପତି ରୁ ୮୯  ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ ରୁ ୭ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳ ଓ ଦେଓଗଡ ରୁ ଜଣେ  ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୧୧ ସଂକ୍ରମିତ ହୋଇଛନ୍ତି।  ନୂଆପଡ଼ା ରୁ ୮ ଜଣ  ଏବଂ ମୟୁରଭଞ୍ଜ ରୁ ୨୨ ଜଣ ଓ ମାଲକାନଗିରି ରୁ ୧୪ ସଂକ୍ରମିତ ହୋଇଛନ୍ତି।

Share this: