Weather Report: ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ

Share this:

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେଉଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‍ର ଦୁଇ ପାହାଡ଼ିଆ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।

ଏହି ଦୁଇ ପଞ୍ଚାୟତରଏକାଧିକ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି। ଗତ ୨୪ ଘଣ୍ଟାମଧ୍ୟରେ ପାତ୍ରପୁରଠାରେ ୧୧୮ଦଶମିକ୍‍ ୩ ମିଲିମିଟର ବର୍ଷା ହୋଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର କାଶିନଗର, ରାୟଗଡ଼, ଆର୍‍. ଉଦୟଗିରି ଓ ଗୁମ୍ମା ଆଦି ଅଞ୍ଚଳରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସ୍ଥଳଭାଗ ଛୁଇଁବା ପରେ ଲଘୁଚାପ ଦୁର୍ବଳ ହୋଇପଡ଼ିଛି। ତେବେ ପାରଳା ଖେମୁଣ୍ଡିଠାରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ଭୁବନେଶ୍ୱର ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଭାଗରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ ଅନ୍ୟ କେତେକ ସ୍ଥାନରେ ୧୬ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷାର ସମ୍ଭାବନା ଥିବା ସୂଚନା ମିଳିଛି।

Also Read | Corona Vaccine: ଆସନ୍ତା ବର୍ଷ ପ୍ରାରମ୍ଭରେ ମିଳିବ କରୋନା ଟିକା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ା. ହର୍ଷ ବର୍ଦ୍ଧନ

Share this:

Leave a Reply

Your email address will not be published. Required fields are marked *