Angul Covid19: ଅନୁଗୋଳ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; ଆଜି ୨୨୪ ଜଣ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାର ଅନ୍ୟ ଜିଲ୍ଲାରେ କରୋନା ଭୂତାଣୁ (Corona  Virus) ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। କିନ୍ତୁ ଅନୁଗୋଳ ଜିଲ୍ଲାରେ ବଢିଚାଲିଛି। ଆଜି ମଙ୍ଗଳବାର ଜିଲ୍ଲାରୁ ୨୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬ ହଜାର ୬୩୬ ରେ ପହଞ୍ଚିଛି।

ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ ରେ ପହଞ୍ଚିଛି।

ଆଜି ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଞ୍ଚଳରୁ ୩୫ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୩ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨୯ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୨୮ ଜଣ, ତାଳଚେର ପୌରାଞ୍ଚଳରୁ ୨୪ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨୩, ଅନୁଗୋଳ ପୌରାଞ୍ଚଳରୁ ୧୮ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୬, କିଶୋରନଗର ବ୍ଲକ ଅଞ୍ଚଳରୁ ୮ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୭ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ଜଣ ଅଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୧୧୭ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬ ଜଣ କୋଭିଡ ହସପିଟାଲରୁ ଓ ୧୦୧ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | Corona Vaccine: ଆସନ୍ତା ବର୍ଷ ପ୍ରାରମ୍ଭରେ ମିଳିବ କରୋନା ଟିକା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ା. ହର୍ଷ ବର୍ଦ୍ଧନ

Share this: