Corona:ରାଜ୍ୟରୁ ଆଜି ୭ ହଜାର ୧୮୮ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୭ ହଜାର ୧୮୮ଜଣ କରୋନା ସଂକ୍ରମିତ (Corona Virus) ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୦୨୬ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୧୬୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୧୩୪ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୧୫ ଜଣ, ବାଲେଶ୍ଵରରୁ ୧୦୩ଜଣ, ବରଗଡ଼ରୁ ୨୭୧ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରିରୁ ୯୩ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ଜଣ, ଗଞ୍ଜାମରୁ ୧୬୩ଜଣ, ଜଗତସିଂପୁରରୁ ୧୫୪ଜଣ, ଯାଜପୁରରୁ ୪୦୬ଜଣ, ଝାରସୁଗୁଡାରୁ ୧୧୪ଜଣ, କଳାହାଣ୍ଡିରୁ ୧୭୭ଜଣ, କନ୍ଧମାଳରୁ ୫୪ଜଣ, କେଉଁଝରରୁ ୫୭ଜଣ, କୋରାପୁଟରୁ ୨୦୨ଜଣ, କେନ୍ଦ୍ରାପଡ଼ାରୁ ୭୫ଜଣ, ମୟୁରଭଞ୍ଜରୁ ୩୨୦ଜଣ, ମାଲକାନଗିରିରୁ ୯୨ଜଣ, ନବରଙ୍ଗପୁରରୁ ୨୧୬ଜଣ, ନୟାଗଡ଼ରୁ ୨୪୨ଜଣ, ନୂଆପଡ଼ାରୁ ୬୨ଜଣ, ପୁରୀରୁ ୪୫୭ଜଣ, ରାୟଗଡାରୁ ୧୬୫ ଜଣ, ସମ୍ବଲପୁରରୁ ୧୨୦ଜଣ, ସୋନପୁରରୁ ୧୨୯ଜଣ, ସୁନ୍ଦରଗଡରୁ ୧୭୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୬ ଲକ୍ଷ ୪୫ ହଜାର ୪୦୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୪୭ ହଜାର ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୯୫୪ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୪୭ ହଜାର ୧୩୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୭ ହଜାର ୨୭୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid-19 ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା, ପରିବାର ପାଇବେ ପାଞ୍ଚ ଲକ୍ଷ ଟଙ୍କା

[amazon_auto_links id=”9932″]

Share this: