College Reopens:ଜୁନ ପହିଲାରୁ ଖୋଲିବ ଶିକ୍ଷାନୁଷ୍ଠାନ

Share this:

ଭୁବନେଶ୍ଵର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ (Educational Institute) ଆସନ୍ତା ପହିଲାରୁ ଖୋଲିବ। ଏ ନେଇ ବିଭାଗୀୟ ସଚିବ ଚିଠି ଲେଖି ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ ଅବଗତ କରିଛନ୍ତି। ସରକାରୀ ବିଶ୍ୱବିଦ୍ୟାଳୟ (Govt. University), ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ (Degree College) ଜୁନ୍‍ (June) ପହିଲାରୁ ଖୋଲିବ। ମେ ୩୧ ଗ୍ରୀଷ୍ମ ଛୁଟି (Summer Vacation) ଶେଷ ହେବା ପରେ କୂଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଅନୁସାରେ ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଏବଂ ସାପ୍ତାହିକ ସଟଡାଉନ୍ ଜାରି ରହିଛି। କିନ୍ତୁ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Also Read | Yaas:ଓଡିଶାର ଲୋକଙ୍କ ସହ ଛିଡା ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *