Dhenkanal Corona Update: ଢେଙ୍କାନାଳରୁ ଆଜି ୨୩ଜଣ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ କମିବାରେ ଲାଗିଛି କରୋନା (Covid-19) ସଂକ୍ରମଣ। ଆଜି ନୂଆ ୨୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୧୫ ଏବଂ ହସ୍ପିଟାଲରୁ ୮ଜଣ ଚିହ୍ନଟ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଦୁରକୋଟରୁ ୨ଜଣ ଏବଂ ବନମାଳୀପୁରରୁ ଜଣେ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କୋରିଆଁରୁ ୨ଜଣ  ଥିବାବେଳେ ଚନ୍ଦନ ବଜାର, ଗୁଡିଆନଳୀରୁ ଜଣେ ଲେଖାଏଁ ଅଛନ୍ତି।

ପର୍ଜଙ୍ଗ ବ୍ଲକରୁ ୪ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ଝରାରୁ ୨ଜଣ ଥିବାବେଳେ ଲୋଧଣି ଏବଂ ସାଆଁଦାରୁ ଜଣେ ଲେଖାଏଁ ଅଛନ୍ତି। ସଦର ବ୍ଲକ (Sadar Block) ର ରାଇଡ଼ିହିରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକରରୁ ୨ଜଣ ଅଛନ୍ତି। କୁସିଦା ଏବଂ କାବେରାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜିରିଡ଼ାମାଳୀ, ବଇଶିଙ୍ଗା ଏବଂ ସମାଟାଙ୍ଗୀରୁ ଜଣେ ଲେଖାଏଁ ଅଛନ୍ତି। ଓଡାପଡା ବ୍ଲକ (Oapada Block) ର ଧଳପୁରରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୬୯୧ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୮୬  ହଜାର ୯୮୭ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ୧୯ ହଜାର ୩୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୫୭ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୪୩୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୪୮୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Also Read | Odisha Covid Updates: ଓଡ଼ିଶାରେ ଆଜି ୧୫୫୮ଜଣ ପଜିଟିଭ ଚିହ୍ନଟ

Share this: