Odisha Covid Updates: ଓଡ଼ିଶାରେ ଆଜି ୧୫୫୮ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଦିନକୁ ଦିନ କମୁଛି କରୋନା (Coronavirus) ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ହଜାର ୫୫୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୫୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୭୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୦ଜଣ, ବାଲେଶ୍ଵରରୁ ୯୭ଜଣ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୪୨ଜଣ, ବଲାଙ୍ଗୀରିରୁ ୧୦ଜଣ, ବୌଦରୁ ୩ଜଣ, କଟକରୁ ୨୪୧ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୨୩ଜଣ, ଗଜପତିରୁ ୩ଜଣ,  ଗଞ୍ଜାମରୁ ୭ଜଣ, ଜଗତସିଂପୁରରୁ ୬୭ଜଣ, ଯାଜପୁରରୁ ୭୮ଜଣ, ଝାରସୁଗୁଡାରୁ ୭ଜଣ, କଳାହଣ୍ଡିରୁ ୮ଜଣ, କନ୍ଧମାଳରୁ ୧୮ଜଣ, କେନ୍ଦ୍ରାପଡ଼ାରୁ ୩୫ଜଣ, କେଉଁଝରରୁ ୧୪ଜଣ, କୋରାପୁଟରୁ ୨ଜଣ, ମାଲକାନଗିରିରୁ ୫ଜଣ, ମୟୁରଭଞ୍ଜରୁ ୪୧ଜଣ, ନବରଙ୍ଗପୁରରୁ ୧୩ଜଣ, ନୟାଗଡ଼ରୁ ୨୫ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୮୨ଜଣ, ରାୟଗଡାରୁ ୮ଜଣ, ସମ୍ବଲପୁରରୁ ୧୪ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୨୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୯ ଲକ୍ଷ ୫୦ ହଜାର ୪୪୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୫ ହଜାର ୬୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୩୯ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୫୩ ହଜାର ୮୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ହଜାର ୭୧୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Petrol Diesel Price: ମୋଦୀ ସରକାର ପେଟ୍ରୋଲ, ଡିଜେଲ ଉପରେ ବର୍ଷେ ହେଲା ବୃଦ୍ଧି କରିନାହାଁନ୍ତି ଟିକସ, ତଥାପି କାହିଁକି ମୂଲ୍ୟ ବଢିଲା ?

[amazon_auto_links id=”9932″]

Share this: