CBSE Results 2021:ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

Share this:

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଛାତ୍ରଛତ୍ରୀଙ୍କ ଅପେକ୍ଷା ଆଜି ଶେଷ ହୋଇଛି। ଆଜି ସିବିଏସଇ ଦ୍ୱାଦଶଶ୍ରେଣୀ ପରୀକ୍ଷାଫଳ (CBSE 12th Class Result) ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ୯୯.୩୭ ପ୍ରତିଶତ ରହିଛି। ଏ ବର୍ଷ ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ସିବିଏସଇ ଦ୍ୱାଦଶରେ ମୋଟ ୧୩ ଲକ୍ଷ ୪ ହଜାର ୫୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଫଳାଫଳ ପ୍ରକାଶ କରିବାବେଳେ, ବୋର୍ଡ CBSE ର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଲିଙ୍କକୁ ସକ୍ରିୟ କରିଛି।

ସେହିପରି ଆଜି ୬୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଫଳାଫଳ ଘୋଷଣା କରାଯାଇ ନାହିଁ ସେମାନେ ଅଗଷ୍ଟ ୫ସୁଦ୍ଧା ସେମାନଙ୍କର ଫଳାଫଳ ପାଇବେ। କାରଣ ଅନେକ ବିଦ୍ୟାଳୟ ଭୁଲ ତଥ୍ୟ ଦେଇଛନ୍ତି କିମ୍ବା ତଥ୍ୟ ଠିକ୍ ସମୟରେ ଦାଖଲ କରି ନାହାନ୍ତି।

ସୂଚନାଯୋଗ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିଲା। ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି। ଗଠିତ ପ୍ୟାନେଲର ମୂଲ୍ୟାଙ୍କନ ନୀତି ଅନୁସାରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରିରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ଟର୍ମିନାଲ ପରୀକ୍ଷାରୁ ପାଇଥିବା ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଛି।

CBSE 12th Class Result:

cbseresults.nic.in
results.gov.in
cbse.gov.in

Also Read | Coronavirus Report: ଓଡ଼ିଶାରରୁ କରୋନା ନେଲା ୬୬ଜଣଙ୍କ ଜୀବନ

Share this:

Leave a Reply

Your email address will not be published. Required fields are marked *