Odisha Covid Updates:ଓଡ଼ିଶାରେ କମୁଛି ସଂକ୍ରମଣ; ଆଜି ୧୫୭୮ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଦିନକୁ ଦିନ କମୁଛି କରୋନା (Coronavirus) ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ହଜାର ୫୭୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୧୫ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୬୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୩୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୭ଜଣ, ବାଲେଶ୍ଵରରୁ ୭୮ଜଣ, ବରଗଡ଼ରୁ ୯ଜଣ, ଭଦ୍ରକରୁ ୫୨ଜଣ, ବଲାଙ୍ଗୀରିରୁ ୮ଜଣ, ବୌଦରୁ ୪ଜଣ, କଟକରୁ ୨୧୨ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୧୯ଜଣ, ଗଜପତିରୁ ୧୪ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂପୁରରୁ ୧୧୩ଜଣ, ଯାଜପୁରରୁ ୭୭ଜଣ, ଝାରସୁଗୁଡାରୁ ୨ଜଣ, କଳାହଣ୍ଡିରୁ ୧ଜଣ, କନ୍ଧମାଳରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୫୧ଜଣ, କେଉଁଝରରୁ ୧୭ଜଣ, କୋରାପୁଟରୁ ୧୪ଜଣ, ମାଲକାନଗିରିରୁ ୧୧ଜଣ, ମୟୁରଭଞ୍ଜରୁ ୪୧ଜଣ, ନବରଙ୍ଗପୁରରୁ ୧୬ଜଣ, ନୟାଗଡ଼ରୁ ୫୩ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୦୯ଜଣ, ରାୟଗଡାରୁ ୧୪ଜଣ, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡରୁ ୨୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୨ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୦ ଲକ୍ଷ ୨୨ ହଜାର ୬୭୭ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୭ ହଜାର ୨୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୮୪୧ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୫୪ ହଜାର ୯୨୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ହଜାର ୩୮୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | CBSE Results 2021:ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

Share this: