Covid19 Odisha Updates: ଆଜି ୧୯ ଜିଲ୍ଲାରୁ ୭୮ କରୋନା ସଂକ୍ରମିତ ଚିହ୍ନଟ

dhenkanal_covid19
Share this:

ଭୁବନେଶ୍ଵର: Odisha Covid-19 Updates News  ଆଜି ଓଡିଶାରେ ୧୯ ଜିଲ୍ଲାରୁ ୭୮ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୦ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୭ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୋଳରୁ ୨ଜଣ, ବାଲେଶ୍ଵରରୁ ଜଣେ, ବଲାଙ୍ଗୀରିରୁ ୨ଜଣ, କଟକରୁ ଜଣେ, ଦେବଗଡରୁ ଜଣେ, ଗଜପତି ଜିଲ୍ଲାରୁ ୮ଜଣ, ଜଗତସିଂପୁରରୁ ଜଣେ, ଯାଜପୁରରୁ ୪ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ ୧୨ଜଣ, ଖୋର୍ଦ୍ଧାରୁ ୧୦ଜଣ, କୋରାପୁଟରୁ ୭ଜଣ, ମୟୁରଭଞ୍ଜରୁ ୨ଜଣ, ନବରଂଗପୁରରୁ ଜଣେ, ନୂଆପଡ଼ାରୁ ୩ଜଣ, ପୁରୀରୁ ଜଣେ, ସମ୍ବଲପୁରରୁ ୯ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୯ ଲକ୍ଷ ୬୪ ହଜାର ୬୦୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୬ ହଜାର ୭୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୬ ହଜାର ୭୮୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 822ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | Covid vaccine for age group 12 to 14: ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କରୋନା ଟିକା

Share this: