Covid vaccine for age group 12 to 14: ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କରୋନା ଟିକା

Share this:

ନୂଆଦିଲ୍ଲୀ: Covid vaccine for age group 12 to 14 ନିଜର ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରୁଥିବା ପିତାମାତାଙ୍କ ପାଇଁ ଏକ ଖୁସି ଖବର ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ରୁ କରୋନା ଟିକା (Covid vaccine) ଦିଆଯିବ।

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୋମବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କର କୋଭିଡ ଟୀକାକରଣ ଆରମ୍ଭ ହେଉଛି। ଆହୁରି ମଧ୍ୟ, ୬୦ ପ୍ଲସ୍ ବୟସର ସମସ୍ତ ଲୋକ ବର୍ତ୍ତମାନ ବୁଷ୍ଟର ଡୋଜ ପାଇପାରିବେ।  ନିଶ୍ଚିତ ଭାବରେ ଏହି ଟିକା ପାଇବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଏହା ବ୍ୟତୀତ କରୋନା ଟିକା ପ୍ରସ୍ତୁତିର ମାତ୍ରା ବିଷୟରେ କିଛି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କରୋନା ଟୀକାକରଣର ତୃତୀୟ ମାତ୍ରା ନେଇପାରିବେ। ଏଥିପାଇଁ ଆବଶ୍ୟକ ହେଉଥିବା କଟକଣାକୁ ରଦ୍ଦ କରିଦିଆଯାଇଛି।  ସୂଚନା ଯୋଗ୍ୟ ପୂର୍ବରୁ ସତର୍କତା ଡ଼ୋଜ୍ କେବଳ ଫ୍ରଣ୍ଟ ଲାଇନ୍ କର୍ମଚାରୀ ଏବଂ ଗମ୍ଭୀର ରୋଗରେ ପୀଡ଼ିତ ବୃଦ୍ଧମାନଙ୍କ ପାଇଁ ଅନୁମତି ଦିଆଯାଇଥିଲା।

Share this: