India Tour of Australia: ରୋହିତ ଟେଷ୍ଟ ଏବଂ ସାମସନ ODI ଦଳରେ ସାମିଲ; ପ୍ରଥମ ଟେଷ୍ଟ ପରେ କୋହଲିଙ୍କୁ ଛୁଟି

Share this:

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତ ଶର୍ମା (Rohit Sharma) ଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ବିସିସିଆଇ (BCCI) ସଚିବ ଜୟ ଶାହା ସୋମବାର ଏହା ଘୋଷଣା କରିଛନ୍ତି। ଏଥି ସହିତ କ୍ୟାପଟେନ କୋହଲି (Virat Kohli) ପ୍ରଥମ ଟେଷ୍ଟ ପରେ ଛୁଟିରେ ଯିବେ। ତେବେ କୋହଲି ସିରିଜର ଅବଶିଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ ତାହା ବିସିସିଆଇ କହି ନାହିଁ।

ଏଥି ସହିତ ସଞ୍ଜୁ ସାମସନ (Sanju Samson) ମଧ୍ୟ ଟି-୨୦ ପରେ ODI ଦଳରେ ସ୍ଥାନ ପାଇଛନ୍ତି। କାନ୍ଧରେ ଆଘାତ ଲାଗିଥିବାରୁ ବରୁଣ ଚକ୍ରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଟି ନଟରାଜନ୍ ଟି-୨୦ ଦଳରେ ସାମିଲ ହୋଇଛନ୍ତି। ଟିମ୍ ଇଣ୍ଡିଆକୁ ୩ଟି ଟି-୨, ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ସିରିଜ୍ ଖେଳିବ।

ଏହା ପୂର୍ବରୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ପରିବାରକୁ ସର୍ବଦା ପ୍ରାଥମିକତା ଦିଆଯିବା ଉଚିତ। ବିସିସିଆଇ ମଧ୍ୟ ସମାନ ସମର୍ଥନ କରେ।  ଯଦି ଭାରତୀୟ ଅଧିନାୟକ ପିତୃତା ବିରତି ନେବାକୁ ଚାହାଁନ୍ତି, ତେବେ ସେ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ଫେରି ଯାଇପାରିବେ।

ବିସିସିଆଇର ଡାକ୍ତରୀ ଦଳ ରୋହିତଙ୍କ ଫିଟନେସକୁ ଆକଳନ କରିବା ପରେ ସେ ତାଙ୍କୁ ସୀମିତ ଓଭର ସିରିଜରୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ, ଟେଷ୍ଟ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ହାମ-ଷ୍ଟ୍ରିଙ୍ଗ ଆଘାତ ଯୋଗୁଁ ଆଇପିଏଲର କିଛି ମ୍ୟାଚରୁ ବାଦ୍ ପଡିଥିଲେ। ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇନଥିଲା। ତେବେ ସେ ବର୍ତ୍ତମାନ ଫିଟ୍ ଅଛନ୍ତି ଏବଂ ଆଇପିଏଲରେ ୨ ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଟୁର୍ନାମେଣ୍ଟ ପରେ ସେ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ।

Team India T20I squad: Virat Kohli (Captain), Shikhar Dhawan, Mayank Agarwal, KL Rahul (vice-captain and wicket-keeper), Shreyas Iyer, Manish Pandey, Hardik Pandya, Sanju Samson (wicket-keeper), Ravindra Jadeja, Washington Sundar, Yuzvendra Chahal, Jasprit Bumrah, Mohd. Shami, Navdeep Saini, Deepak Chahar, T Natarajan.

Team India ODI squad: Virat Kohli (Captain), Shikhar Dhawan, Shubman Gill, KL Rahul (vice-captain & wicket-keeper), Shreyas Iyer, Manish Pandey, Hardik Pandya, Mayank Agarwal, Ravindra Jadeja, Yuzvendra Chahal, Kuldeep Yadav, Jasprit Bumrah, Mohd. Shami, Navdeep Saini, Shardul Thakur, Sanju Samson (wicket-keeper).

Team India Test squad: Virat Kohli (Captain), Rohit Sharma, Mayank Agarwal, Prithvi Shaw, KL Rahul, Cheteshwar Pujara, Ajinkya Rahane (vice-captain), Hanuma Vihari, Shubman Gill, Wriddhiman Saha (wicket-keeper), Rishabh Pant (wicket-keeper), Jasprit Bumrah, Mohd. Shami, Umesh Yadav, Navdeep Saini, Kuldeep Yadav, Ravindra Jadeja, R. Ashwin, Mohd. Siraj.

Also Read| Watch: PSLV-C49 ରକେଟରୁ ରାଡାର ଇମେଜିଙ୍ଗ ଉପଗ୍ରହ ଓ ୯ଟି ବିଦେଶୀ ଉପଗ୍ରହର ସଫଳ ଉତକ୍ଷେପଣ

Share this: