Hyderabad: ହାଇଦ୍ରାବାଦରେ ବାଦଲଫଟା ବର୍ଷା,୧୧ ଜଣଙ୍କର ମୃତ୍ୟୁ

Share this:

ହାଇଦ୍ରାବାଦ: ତେଲେଙ୍ଗାନା(Telangana) ର ଅନେକ ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ପଶି ଘର ଭିତରକୁ ପାଣି ପ୍ରବେଶ କରିଥିଲା। ବର୍ତ୍ତମାନ ହାଇଦ୍ରାବାଦ (Hyderbad) ସହର ଜଳ ପୂର୍ଣ୍ଣ ହୋଇଛି। ସହରର ପ୍ରାୟ ଅଞ୍ଚଳରେ ଅଣ୍ଟାରୁ ଅଧିକ ପାଣି ପ୍ରବାହିତ।

ପୋଲିସ ସୂଚନାଅନୁସାରେ ଦୁଇଟି ଘରର କାନ୍ଥରେ କିଛି ବଡ ପଥର ଖସି ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଏଥିସହ ଇବ୍ରାହିମପାଟନମ୍ ଅଞ୍ଚଳରେ ପୁରୁଣା ଘରର ଛାତ ଭୁଶୁଡ଼ି ପଡ଼ିବା ପରେ ୪୦ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୧୫ ବର୍ଷର ଝିଅର ମୃତ୍ୟୁ ଘଟିଥିଲା।

ମଙ୍ଗଳବାର ଦିନ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ହାଇଦ୍ରାବାଦ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଜଳ ନିଷ୍କାସନ ଘଟିଛି। ହାଇଦ୍ରାବାଦର ଆଟାପୁର ମେନ୍ ରୋଡ୍, ମୁଶେରାବାଦ, ଟୋଲି ଚାଉକି ଅଞ୍ଚଳ ଏବଂ ଡାମିଗୁଡା ସମେତ ଅଞ୍ଚଳଗୁଡିକ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ଯାଇଛି। ରାସ୍ତାରେ ଅଣ୍ଟା ପର୍ଯ୍ୟନ୍ତ ପାଣି ଅଛି, ଯେଉଁଥିପାଇଁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ସମ୍ପ୍ରତି ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ଅଗ୍ନିଶମ ସେବା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ସୂଚନାଅନୁସାରେ ପ୍ରବଳ ବର୍ଷା ହେତୁ ଅକ୍ଟୋବର ୧୪ ଏବଂ ୧୫ରେ ଧାର୍ଯ୍ୟ ହୋଇଥିବା ଓସମାନିଆ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ୧୬ ଅକ୍ଟୋବରରୁ ସମୟ ନିର୍ଘଣ୍ଟ ଅନୁଯାୟୀ ପରୀକ୍ଷା କରାଯିବ।

ହାଇଦ୍ରାବାଦ ସମେତ ତେଲେଙ୍ଗାନାର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ପରେ ବ୍ୟାପକ ବିପର୍ଯ୍ୟୟର ମୁକାବିଲା ପାଇଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି। ରାଜ୍ୟରେ ପ୍ରବଳ ବର୍ଷା ହେତୁ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Also Read | Weather Report: ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ

Share this:

Leave a Reply

Your email address will not be published. Required fields are marked *