Covid19 India:ଗତ ୨୪ ଘଣ୍ଟାରେ ୬୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ୭୩୦ ମୃତ

Share this:

ନୂଆଦିଲ୍ଲୀ: ଗତକାଲି ଦେଶରେ ଦୈନିକ ଚିହ୍ନଟ କରୋନା (Corona Virus) ସଂକ୍ରମିତଙ୍କ ସଂଖ୍ୟା ୫୫ ହଜାର ୩୪୫ ଥିଲା। ଆଜି ୬୩ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଛି। ଅବଶ୍ୟ, ଏହି ସଂଖ୍ୟା ମଧ୍ୟ ସେହି ଦିନ ତୁଳନାରେ କମ୍, ଯେତେବେଳେ ଦୈନିକ ୯୦ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଉଥିଲା।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ନୂଆ ୬୩ ହଜାର ୫୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୭୩୦ ରୋଗୀ ଏହି ମହାମାରୀ ପ୍ରାଣ ହରାଇଛି।ଏହା ସହିତ, ଯଦି ଆମେ ସମୁଦାୟ ଆକଳନକୁ ଦେଖିବା, ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୭୨ ହଜାର ୩୯ ହଜାର ୩୯୦ଟି କରୋନା ମାମଲା ରହିଛି। ସେଥିମଧ୍ୟରୁ ୮ ଲକ୍ଷ ୨୬ ହଜାର ୮୭୬ ସକ୍ରିୟ ମାମଲା ରହିଛି। ଏହା ସହିତ ୬୩ ଲକ୍ଷ ୧ ହଜାର ୯୨୮ ରୋଗୀ ସୁସ୍ଥ ହୋଇଯାଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଆଜି ସୁଦ୍ଧା କରୋନା ମହାମାରୀରେ ଭାରତରେ ୧ ଲକ୍ଷ ୧୦ହଜାର ୫୮୬ ଜଣ   ରୋଗୀଙ୍କର ମୃତ୍ୟୁ ଘଟିଛି।

Also Read |Corona Virus:ଆସୁଥିବା ଶୀତଋତୁରେ କରୋନା ଭାଇରସ୍ ଭାରତରେ ବୃଦ୍ଧି ପାଇପାରେ : ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ

Share this:

Leave a Reply

Your email address will not be published. Required fields are marked *