ଓଡ଼ିଶାରେ ଆଜି ନୂଆ ରେକର୍ଡ ସହ ୩୬୩୧କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୩୬୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine )ରୁ ୨୨୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୧୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯( Covid-19 ) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୦୭ ଜଣ, କଟକରୁ ୩୭୦ ଜଣ,କନ୍ଧମାଳ ଜିଲ୍ଲାରୁ ୪୪ଜଣ,କୋରାପୁଟରୁ ୯୩ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୮୦ ଜଣ ଓ କଳାହାଣ୍ଡିରୁ ୨୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୬୮ଜଣ ,ସୁନ୍ଦରଗଡ଼ରୁ ୯୫ ଜଣ ଓ ସୋନପୁର ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୨୭ ଜଣ,ଜଗତସିଂହପୁରରୁ  ୭୯ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୨୩୮ଜଣ, ବାଲେଶ୍ଵରରୁ ୧୧୪ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୩୯ଜଣ ,ବୌଦ୍ଧ ରୁ ୨୭ ଜଣ ଏବଂ ଭଦ୍ରକରୁ ୧୮୬ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୫୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୧୦୦ଜଣ ,ନବରଙ୍ଗପୁରରୁ ୪୬ଜଣ ଓ ନୂଆପଡ଼ାରୁ ୪୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୫୬ଜଣ,ଦେଓଗଡ ରୁ ୧୧ ଜଣ,ରାୟଗଡାରୁ ୧୧୧ ଜଣ, ଅନୁଗୋଳରୁ ୪୧ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୩୬୫ଜଣ ଏବଂ ମାଲକାନଗିରିରୁ ୫୫ ଜଣ ସଂକ୍ରମିତ ହୋଇଛନ୍ତି।

Read also:ଭାରତରେ ପ୍ରତି ଏକ ମିନିଟ୍ ରେ ୫୮ ଜଣ ହେଉଛନ୍ତି କରୋନାରେ ଆକ୍ରାନ୍ତ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୯ ଲକ୍ଷ ୫୦ହଜାର ୫୯୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୧୩ ହଜାର ୪୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୪ ହଜାର ୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୭୬୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

From The Web

Share this: