Covid New Guidelines: ଏଣିକି ବିବାହ ଉତ୍ସବରେ ଦିଆଯିବ ଅତିଥିକୁ ଖାଦ୍ୟ ପ୍ୟାକେଟ, ସର୍ବାଧିକ ଶହେ ଜଣକୁ ଅନୁମତି

odisha_covid19

ଗଞ୍ଜାମ: ରାଜ୍ୟରେ କରୋନା (Corona) ର ୨ୟ ଲହରରେ ଦିନକୁ ଦିନ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୫୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଅତିଥି ଯୋଗଦେଇପାରିବେ।

ଗଞ୍ଜମ (Ganjam) ଜିଲ୍ଲାପ୍ରଶାସନ ଅନୁସାରେ ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଅତିଥି ଯୋଗଦେଇପାରିବେ। ଏଥିସହିତ ସମସ୍ତ ଅତିଥିକୁ ପ୍ୟାକେଟ ଖାଦ୍ୟ ହିଁ ଦିଆଯିବ। ଏହି ନିଷ୍ପତିକୁ କଡାକଡି ପାଳନ କରିବାକୁ ଜିଲ୍ଲାପ୍ରଶାସନ ତରଫରୁ କଡା ନିର୍ଦ୍ଦେଶ ରହିଛି।

ସେହିପରି ପୂର୍ବରୁ ପ୍ରତି ଦଣ୍ଡପାର୍ଟିରେ ୨୫ଜଣ ହିଁ ଭାଗ ନେଇପାରିବେ। ରାତିରେ ଆଉ ପାରମ୍ପରିକ କାର୍ଯ୍ୟକ୍ରମ ହେବ ନହିଁ। ତାରାତାରିଣୀ ପୀଠରେ ମୁଣ୍ଡନ କାର୍ଯ୍ୟ ବନ୍ଦ ରହିବ। ଜିଲ୍ଲାର ସମସ୍ତ ଦୋକାନୀ ସାମାଜିକ ଦୂରତା ଶହ ପଞ୍ଚସୂତ୍ରୀ ନିୟମ ପାଳନ କରିବେ।

Share this:

Leave a Reply

Your email address will not be published. Required fields are marked *

You may have missed