Covid19 Odisha Updates: ଓଡ଼ିଶାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା, ଆଜି ୫୭୩ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Corona Virus) ବଢିଚାଲିଛି। ଗତକାଲି ରାଜ୍ୟରୁ ୪୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ୨୮ ଜିଲ୍ଲାରୁ ୫୭୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୧୦୦ ରୁ ଉର୍ଦ୍ଧ୍ଵ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୩୬  ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୯୬ଜଣ କରୋନା ସଂକ୍ରମିତଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୩୨ଜଣ, ବାଲେଶ୍ଵରରୁ ୧୧ଜଣ, ବରଗଡ଼ରୁ ୪୩ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗରିରୁ ୨୦ଜଣ, ବୌଦ୍ଧରୁ ଜଣେ, କଟକରୁ ୨୮ଜଣ, ଦେଓଗଡ଼ରୁ ଜଣେ, ଗଜପତିରୁ ୩ଜଣ, ଗଞ୍ଜାମରୁ ୮ଜଣ, ଜଗତସିଂପୁରରୁ ୪ ଜଣ, ଯାଜପୁରରୁ ୧୩ଜଣ, ଝାରସୁଗୁଡାରୁ ୩୯ଜଣ, କଳାହାଣ୍ଡିରୁ ୨୪ଜଣ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ, କେଉଁଝରରୁ ୮ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ୧୩ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୬୦ଜଣ, ପୁରୀରୁ ୧୬ଜଣ, ରାୟଗଡାରୁ ୧୬ଜଣ, ସମ୍ବଲପୁରରୁ ୨୧ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୮୦ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୧ ଲକ୍ଷ ୮୮ ହଜାର ୩୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୩ ହଜାର ୨୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୦୦ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୭ ହଜାର ୯୩୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩୫୮  ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: