୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ ୧୪୦ ନମୁନା ପରୀକ୍ଷା ଆବଶ୍ୟକ : ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

Share this:

୨୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ ୧୦ଲକ୍ଷରେ ୧୪୦ କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି : ଭାରତ

କୋଭିଡ-୧୯ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ (WHO)୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ ଅନ୍ୟୁନ ୧୪୦  ଟି ପରୀକ୍ଷଣ କରିବା ପାଇଁ ପରାମର୍ଶ ଦେଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ମିଳିତ ଉଦ୍ୟମ କ୍ରମେ ଦେଶର ୨୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ ୧୪୦ ବା ତା’ଠାରୁ ଅଧିକ ନମୁନା ପରୀକ୍ଷଣ କରୁଛନ୍ତି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି। କୋଭିଡ-୧୯  ପରୀକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଫଳରେ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୮୬୫ ସରକାରୀ ଓ ୩୫୮ ଘରୋଇ ଏହିପରି ମୋଟ ୧୨୨୩  ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ଏହାବ୍ୟତୀତ ଆରଟିପିସିଆର, ଟ୍ରୁ-ନେଟ ଏବଂ ସିବିନାଟ ଯୋଗୁଁ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି।

ଦେଶରେ ଜାନୁଆରୀ ମାସରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହା ୧୨୧ କୁ ବୃଦ୍ଧି ପାଇଥିଲା ଏବଂ ଏହି ସଂଖ୍ୟା ବର୍ତ୍ତମାନ ୧୨୨୩ ରେ ପହଞ୍ଚିଛି।ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦,୧୬୧ ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ପରୀକ୍ଷା ୧,୨୪,୧୨,୬୬୪ କୁ ବୃଦ୍ଧି ପାଇଛି। ପ୍ରତି ୧୦ ଲକ୍ଷରେ ନମୁନା ପରୀକ୍ଷଣ ସଂଖ୍ୟା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୩ ଲକ୍ଷ  ୨୦ ହଜାର ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। 

Share this:

Leave a Reply

Your email address will not be published. Required fields are marked *