Omicron Subvariant BF.7 Odisha: ଓଡ଼ିଶାରେ ଚିହ୍ନଟ ହେଲା କରୋନାର ସବ୍‌ ଭାରିଆଣ୍ଟ ବିଏଫ୍‌-୭!

Share this:

ଭୁବନେଶ୍ୱର: Omicron Subvariant BF.7 Odisha ବେଶ କିଛିଦିନ ଧରି ଓଡ଼ିଶାରେ କରୋନାକୁ ନେଇ ଓଡ଼ିଶା ଲୋକ ବେଶ ଆଶ୍ଵସ୍ତି ଅନୁଭବ କରୁଥିବାବେଳେ ଆଜି ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଯାହା ପୁଣି ଚିନ୍ତା ବଢାଇଛି। ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ ବିଏଫ୍‌-୭ ଓଡ଼ିଶାରେ (Omicron Subvariant BF.7 Odisha) ଚିହ୍ନଟ ହୋଇଛି।


ସୂଚନା ଅନୁସାରେ ଗୁଜରାଟରେ ଦୁଇ ଜଣ ଏବଂ ଓଡ଼ିଶାରୁ ଜଣେ ଚିହ୍ନଟ ହୋଇଛନ୍ତି। ଏନେଇ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ଦେଖି ରାଜ୍ୟରେ ଆଜିଠାରୁ ସାମ୍ପୁଲ ଟେଷ୍ଟ ପୁଣି ଆରମ୍ଭ ହୋଇଛି। ଏହି ନୂଆ ଭାରିଆଣ୍ଟଟି ଗତ ଅକ୍ଟୋବରରେ ଚିହ୍ନଟ ହୋଇଥିଲା।


ସୂଚନାଯୋଗ୍ୟ ବର୍ତ୍ତମାନ ଚୀନରେ ବିଏଫ୍‌-୭ ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହି ଭାରିଆଣ୍ଟ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ବିଦେଶରେ କୋଭିଡ ଭୟଙ୍କର ରୂପ ନେବା ପରେ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖି ସତର୍କ କରାଇଛନ୍ତି। କେନ୍ଦ୍ରର ଚିଠି ପାଇଲା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି।

Advertisement

realme-narzo-_50_under-9999

ରାଜ୍ୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ କରାଯିବ। ଆକ୍ରାନ୍ତଙ୍କ ଜିନମ ସିକ୍ୟୁଏନସିଂ ହେବ। ସରକାରଙ୍କ ପାଖରେ ପର୍ଯ୍ୟପ୍ତ ପରିମାଣର ଜେନମ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି। ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢେ ତାପରେ ଅନ୍ୟ ପଦକ୍ଷେପ ନିଆଯିବ। ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି କାହାର ଲକ୍ଷଣ ପ୍ରକାଶ ପାଇଲେ ସଂଗେ ସଂଗେ ତାର ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଙ୍ଗ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Read Also | Odisha Winter Season: ଓଡ଼ିଶା ଥରୁଛି ଶୀତରେ, ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀରୁ କମ

FROM THE WEB

Share this:

Leave a Reply

Your email address will not be published. Required fields are marked *