Covid-19 Report Odisha: ଆଜି ରାଜ୍ୟରେ ୫୫୬ ପଜିଟିଭ ଚିହ୍ନଟ, ୧୮ ବର୍ଷ ମଧ୍ୟରେ ୮୭

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୫୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୩୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୮୭ ଜଣ। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ (I & PR Department, Odisha) ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ୩୦୫ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫ଜଣ, ବାଲେଶ୍ଵରରୁ ୧୦ଜଣ, ଭଦ୍ରକରୁ ୮ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୭ଜଣ, କଟକରୁ ୪୧ଜଣ, ଢେଙ୍କାନାଳରୁ ଜଣେ , ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ୧୧ଜଣ, ଯାଜପୁରରୁ ୧୧ଜଣ, ଝରସୁଗୁଡ଼ାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, କେଉଁଝରରୁ ୩ଜଣ, କୋରପୁଟରୁ ୩ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୫ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରୁ ୧୭ଜଣ, ସୁନ୍ଦରଗଡରୁ ୧୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୧୧ ଲକ୍ଷ ୭୫ ହଜାର ୪୭୬ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୩୫ ହଜାର ୯୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୩୦ ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୨୨ ହଜାର ୭୮୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ହଜାର ୮୪୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି

Share this:

Leave a Reply

Your email address will not be published. Required fields are marked *