Odisha Winter: ଆସନ୍ତା ୨ଦିନ ରାଜ୍ୟରେ ହେବ ଲଘୁଚାପ ବର୍ଷା

Share this:

ଭୁବନେଶ୍ଵର : Odisha Winter ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି। ପରବର୍ତ୍ତୀ ୨ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଉତ୍ତର ତାମିଲନାଡ଼ୁ ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ। ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ।

ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ବର୍ଷା ସମ୍ଭାବନା ଥିବାବେଳେ ୨୨ ତାରିଖରେ ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ତେବେ ୨୩ ତାରିଖରୁ ପାଗ ଶୁଖିଲା ରହିବ। ଏଥିସହିତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

amazon_best_fashion

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର (Odisha Winter) ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୧୩ ଡିଗ୍ରୀରୁ କମ୍‍ ରେକର୍ଡ କରାଯାଇଛି। ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୨ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୯.୬ ଏବଂ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ ଡ଼ିଗ୍ରୀ ରହିଥିବା ଜଣାଯାଇଛି।

ଏଥିସହିତ ରାଜ୍ୟର ୧୨ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୩ ଡ଼ିଗ୍ରୀ ତଳେ ରହିଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୧୨ ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି। କୋରାପୁଟ ୧୦ ଡ଼ିଗ୍ରୀ, କେନ୍ଦୁଝର ୧୦ ଡ଼ିଗ୍ରୀ, ଭବାନୀପାଟଣାରେ ୧୦.୬ ଡ଼ିଗ୍ରୀ, ଝାରସୁଗୁଡା ୧୦.୮ ଡ଼ିଗ୍ରୀ, ଚିପିଲିମାରେ ୧୦.୮ ଡ଼ିଗ୍ରୀ, ସୁନ୍ଦରଗଡରେ ୧୨.୫ ଡ଼ିଗ୍ରୀ, ଦେବଗଡରେ ୧୨.୫ ଡ଼ିଗ୍ରୀ ରହିଛି।

Read Also | Odisha Covid-19 Regulations: ଓଡ଼ିଶାରୁ ହଟିଲା କୋଭିଡ କଟକଣା

You Might Like It

Share this:

Leave a Reply

Your email address will not be published. Required fields are marked *