Jajpur Train Accident: ଯାଜପୁର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା, ଟ୍ରେନ ବାତିଲ

Share this:

ଯାଜପୁର: Jajpur Train Accident ଯାଜପୁର ଜିଲ୍ଲା କୋରେଇରେ ମାଲଗାଡି ଟ୍ରେନ୍ ଦୁର୍ଘଟଣାରେ ଅକାଳରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ଘୋଷଣା କରାଯାଇଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର କିମ୍ବା ନିକଟତମ ସଂପର୍କୀୟଙ୍କୁ ରାଜ୍ୟ ସରକାର ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ରେଳ ବିଭାଗ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି। ଏଥିସହ ଗୁରୁତର ଆହତଙ୍କୁ ୧ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଭାରତୀୟ ରେଳ ବିଭାଗ ଜଣାଇଛି।

ଆଜିର ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

OPPO_AMAZON_5G

ସୂଚନାଯୋଗ୍ୟ ଆଜି ସକାଳେ  ଯାଜପୁର ଜିଲ୍ଲାର କୋରେଇରେ Jajpur Train Accident ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୩ଜଣ ପ୍ରାଣ ହରାଇଛନ୍ତି। ଷ୍ଟେସନ ଦେଇ ଯାଉଥିବା  ଏକ ମାଲ୍ ଗାଡି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା। ଫଳରେ ପ୍ଲାଟଫର୍ମରେ ଅନ୍ୟ ସ୍ଥାନକୁ ଯିବାପାଇଁ ଟ୍ରେନକୁ ଅପେକ୍ଷା କରିଥିବା ୩ଜଣ ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଏବଂ ସେମାନଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି- Jajpur Korei Train Accident Helpline Number

ରେଳ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି। କୋରେଇ ଷ୍ଟେସନ ପାଇଁ ୮୪୫୫୮୮୯୯୦୫, ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୦, ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୪-୨୪୯୨୨୪୫ ଜାରି କରାଯାଇଛି।

ଟ୍ରେନ ବାତିଲ- Passenger Trains Cancelled

ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ରେଳ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ସେହିପରି ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳବାଇ ସୂଚନା ଦେଇଛି।

ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ – ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ ରହିଛି।

bags_amazon-discounts

ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି। ଅନ୍ୟପକ୍ଷରେ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି।

ସେହିପରି ଆଂଶିକ ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ। ଏହା ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡା ମଧ୍ୟରେ ବାତିଲ ରହିବ। ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡ଼ା ମଧ୍ୟରେ ବାତିଲ ରହିବ। ବାଲେଶ୍ଵର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ କେନ୍ଦୁଆପଦା ପର୍ଯ୍ୟନ୍ତ ଚାଲିବ ଏବଂ କେନ୍ଦୁଆପଦାରୁ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ। ସେହିପରି ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବ। ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହେବ।

Read Also | Social security in Odisha: ଭତ୍ତାଧାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା

You Might Also Like It

Share this:

Leave a Reply

Your email address will not be published. Required fields are marked *