PUBG BACK: PUBG ଭାରତକୁ ଫେରି ଆସିବ!

Share this:

PUBG ବ୍ୟାନ୍ ପୂର୍ବ ସମୟରେ ଭାରତରେ ଅନଲାଇନ ଖେଳକୁ ଶାସନ କରୁଥିଲା। ଏକ ବଡ଼ ଫ୍ୟାନ୍ ବେସ୍ ନିଜ ପାଇଁ ଗଢି ପାରିଥିଲା। କିନ୍ତୁ ଦେଶରେ ନିଷିଦ୍ଧ ହୋଇଥିବା ୧୧୮ ଟି ଆପ୍ ମଧ୍ୟରେ ଏହି ଖେଳ ଅନ୍ତର୍ଭୂକ୍ତ ହେବା ପରେ ହଠାତ୍ କମ୍ପାନୀକୁ ଏକ ବଡ ଝଟକା ଲାଗିଛି।  PUBG କମ୍ପାନୀ ଦ୍ୱାରା ପ୍ରଚେଷ୍ଟା ସତ୍ତ୍ୱେ ଖେଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ମନା କରିଦେଇଥିଲେ।

ସୂଚନାଯୋଗ୍ୟ, ଭାରତରେ ଏକ ଚାକିରି ପୋଷ୍ଟ ପାଇଁ ନିକଟରେ ହୋଇଥିବା ଏକ ବିଜ୍ଞାନପନ ପରେ ଲୋକମାନଙ୍କୁ ବିଶ୍ୱାସ କରାଇଛି ଯେ PUBG ବୋଧେ ଦେଶରେ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ଉପରେ ଦୃଷ୍ଟି ରଖିଛି।

ଚାକିରି ବିଜ୍ଞାପନ କିଛି ଦିନ ପୂର୍ବରୁ ଏକ ୱେବସାଇଟ୍ ଲିଙ୍କଡଇନ୍ (LinkedIn) ରେ PUBG ଦ୍ୱାରା ପୋଷ୍ଟ କରାଯାଇଥିଲା।

ଚାକିରିଟି ହେଉଛି Corporate Development Division Manager – India ଏବଂ ଏହି ପଦର ଅବସ୍ଥାନ ଦିଲ୍ଲୀରେ ହେବ ବୋଲି ଦର୍ଶାଇଛି। ଏଥିରେ ବର୍ଣ୍ଣନା ହୋଇଛି ଯେ PUBG ଭାରତରେ ସେଟଅପ୍ ପ୍ରକ୍ରିୟାକୁ କ୍ରାଫ୍ଟନ୍ (Krafton Inc.) ରେ ଥିବା ମୁଖ୍ୟାଳୟର ମାର୍ଗଦର୍ଶନ ସହିତ ସମର୍ଥନ କରିବାକୁ ହେବ। ଏହା ସହିତ ପ୍ରାର୍ଥୀଙ୍କୁ କର୍ପୋରେଟ୍ ଷ୍ଟ୍ରାଟେଜିକ୍ ଯୋଜନା ପ୍ରକ୍ରିୟାରେ ଭାଗ ନେବାକୁ ହେବ, ଖେଳ ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଏକ ରଣନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଆଭ୍ୟନ୍ତରୀଣ ବ୍ୟକ୍ତିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପଡିବ।

ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଆବେଦନକାରୀ ଏହି ପଦ ପାଇଁ ପଞ୍ଜୀକୃତ କରିସାଇଲେଣି। ଆଶା କରାଯାଏ ଯେ ପ୍ରକ୍ରିୟା ପରିଚାଳନା ପାଇଁ କର୍ମଜୀବୀ ନିଯୁକ୍ତ କରୁଥିବାବେଳେ PUBG ଦେଶକୁ ଫେରିବାରେ ନିଜ ପାଇଁ ରାସ୍ତା କାଢି ପାରିବ।

ସେପ୍ଟେମ୍ବର ଆରମ୍ଭରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (Ministry of Electronics and Information Technology) ଘୋଷଣା କରିଥିଲା ​​ଯେ ଲୋକପ୍ରିୟ ଗେମିଂ ଆପ୍ PUBG ସମେତ ୧୧୮ ଟି ଆପ ଭାରତରେ ନିଷିଦ୍ଧ ହୋଇଛି। ସେବେଠାରୁ PUBG ନିର୍ମାତାମାନେ ଭାରତରେ ଏହାର ଫ୍ରାଞ୍ଚାଇଜ୍ ପରିଚାଳନା କରିବା ପାଇଁ ଟେନସେଣ୍ଟ (Tencent) ସହିତ ସମ୍ପର୍କ କାଟିଛନ୍ତି ବୋଲି ଘୋଷଣା କରି ଏହି ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କଠିନ ଚେଷ୍ଟା କରୁଛନ୍ତି।

କିନ୍ତୁ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହା ଚାଇନାର ଆପ୍ ବୋଲି ନୁହେଁ ବରଂ ଏହାର ହିଂସାତ୍ମକ ସ୍ୱଭାବ ଯୋଗୁଁ ଏହି ପ୍ରତିବନ୍ଧକ ପ୍ରତ୍ୟାହାର କରାଯିବ ନାହିଁ।

Also Read| ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

Share this: